ଘରେ ପଶି ବାପା ଓ ପୁଅକୁ ହାଣିଲେ

add-all

ହିଞ୍ଜିଳିକାଟୁ (୨୪।୪) : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ମୋହନାପଲୀ ଗାଁ ରେ ୩ ଜଣ ବ୍ୟକ୍ତି ଜଣକ ଘରେ ପଶି ଗୋଡାଇ ଗୋଡାଇ ହାଣିଲେ । ମୁଣ୍ଡରେ ଗଭୀର ଆଘାତ, ଦେହ ସାରା ମାଡ ଦାଗ । କେବଳ ଏହି ବୃଦ୍ଧ ନୁହଁନ୍ତି ତାଙ୍କ ପୁଅକୁ ବି ଛାଡିଲେନି । ଦେହ ହାତ କାନ୍ଧ ଯୁଆଡେ ଦେଖିଲେ ଖଣ୍ଡାରେ ହାଣି ଲହୁ ଲୁହାଣ କରିଦେଲେ । ଆଉ ଏହି ପୁରା ଘଟଣାର କାହାଣୀ ଶୁଣିଲେ ଆପଣ ବି ତାଜୁବ ହୋଇଯିବେ ପଶି ବାପା ଓ ପୁଅକୁ କାତିରେ ହାଣି ଲହୁ ଲୁହାଣ କରିଛନ୍ତି। ଗାଁ ର ପାଖ ପଡେ଼ାଶୀ ଆସି ଯିବାରୁ ଦୁବୃର୍ତ୍ତ ମାନେ ଘଟଣାସ୍ଥଳରୁ ପଳାଇଯାଇଥିଲେ। ଏଥି ନେଇ ଆହତ ସଞ୍ଜୟ ବେହେରା ଥାନାରେ ଅଭିଯୋଗ କରିଛନ୍ତି। ସଞ୍ଜୟ ତାଙ୍କ ବଡ଼ ଭାଇଙ୍କ ପ୍ରରୋଚନାରେ ଏପରି କାଣ୍ଡ ଦୁବୃର୍ତ୍ତ ମାନେ ଘଟାଇଥିବା ଦାବୀ କରିଛନ୍ତି।
ପ୍ରକାଶ ଯେ, ରବିବାର ରାତି ୯ରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଗୁରୁଣ୍ଠି ଗାଁ ର ୩ଜଣ ବ୍ୟକ୍ତି ହିଞ୍ଜିଳି ଥାନା ଅନ୍ତର୍ଗତ ମୋହନାପଲୀ ଗାଁ ର ସଞ୍ଜୟ ବେହେରା ଙ୍କ ଘର ଭିତରେ ପହଞ୍ଚି ଥିଲେ। କାତି, ଛୁରୀ, ଠେଙ୍ଗା ଧରି ଦୁବୃର୍ତ୍ତ ମାନେ ସଞ୍ଜୟ ଙ୍କ ବାପା ଗୋପୀନାଥ ଙ୍କ ଉପରେ ଆକ୍ରମଣ କରିଥିଲେ। ଚିତ୍କାର ଶୁଣି ସଞ୍ଜୟ ସେମାନଙ୍କ କବଳରୁ ବାପାଙ୍କୁ ଉଦ୍ଧାର କରିବା ପାଇଁ ଯାଇଥିଲେ। ଦୁବୃର୍ତ୍ତ ମାନେ ସଞ୍ଜୟ ଙ୍କ ମୁଣ୍ଡ କୁ କାତି ଛୋଟ ପକାଇଥିଲେ। ପାଟିତୁଣ୍ଡ ଶୁଣି ପାଖ ପଡେ଼ାଶୀ ଓ ଗ୍ରାମବାସୀମାନେ ରୁଣ୍ଡ ହୋଇଯିବାରୁ ଦୁବୃର୍ତ୍ତ ମାନେ ଧମକ ଦେଇ ଘଟଣାସ୍ଥଳରୁ ପଳାଇଯାଇଥିଲେ। ଗୋପୀନାଥ ଙ୍କ ପିଠି ଓ ସଞ୍ଜୟଙ୍କ ମୁଣ୍ଡ ରେ ଆଘାତ ହୋଇଛି। ଚିକିତ୍ସା ପରେ ଘଟଣା ନେଇ ସଞ୍ଜୟ ଙ୍କ ଅଭିଯୋଗ କ୍ରମେ ସୋମବାର ହିଞ୍ଜିଳି ଥାନାରେ ନଂ ୪୦୦/୨୪ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି।

ad-week
Leave A Reply

Your email address will not be published.