କନ୍ଧମାଳରେ ଆଜି ବି ରହିଛି ଅନ୍ଧ ବିଶ୍ୱାସର ଛିଟା

youtube

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଆଜିବି ରହିଛି ଗୁଣିଗାରେଡି ଆଉ ବଳି ପ୍ରଥାର ଦୃଢ଼ ଅନ୍ଧବିଶ୍ୱାସ l ଜିଲ୍ଲାର ଅଧିକାଂଶ ଗ୍ରାମାଞ୍ଚଳରେ ଏପରି ଗୁଣିଗାରେଡି ଉପରେ ବିଶ୍ୱାସ ରଖି ଲୋକେ ଗୁଣିଆ ବିଭିନ୍ନ ଅସୁବିଧାକୁ ନେଇ ପହଂଚିଯାନ୍ତି ଗୁଣିଆ ପାଖରେ l କାହାର ବିଶ୍ୱାସ ରହୁ ଅବା ନରହୁ ଏଠିକା ଲୋକଙ୍କ ବିଶ୍ୱାସ ଅତୁଟ ରହିଛି l ଛୋଟ ହେଉ ଅବା ବଡ଼ ଲୋକ କିଛି ଦେହ ଖରାପ ହୁଏ ତେବେ ସନ୍ଧେହ ଆସିଯାଏ ଗୁଣି ହୋଇଛି l ତୁରନ୍ତ ଲୋକେ ଖୋଜି ବୁଲନ୍ତି ଭଲ ଗୁଣିଆ କିଏ ଅଛି l ଏପରି ଗୁଣିଗାରେଡିକୁ ନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ହତ୍ୟା, ଗଣ୍ଡଗୋଳ, ଏକ ଘରକିଆ, ଗାଁ ରୁ ବିତାଡିତ କରିବା ଭଳି ଘଟଣା ପୂର୍ବ ଦିନରେ ଦେଖିବାକୁ ମିଳିଛି l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ବ୍ଲକ ଅନ୍ତର୍ଗତ ଦଡକି ପଂଚାୟତ ର ଏକ ଘଞ୍ଚ ଜଙ୍ଗଲ ଭିତରେ ଥିବା ଏକ ଝରଣା କୂଳରେ l

ଫୁଲବାଣୀ ଠାରୁ ଗୋଛାପଡା ଯିବା ମୁଖ୍ୟ ରାସ୍ତା ଠାରୁ ମାତ୍ର ଦୁଇଶହ ମିଟର ଦୂର ଘଞ୍ଚ ଜଙ୍ଗଲ ଭରା ଝରଣା କୂଳରେ l ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପ୍ରାୟ କିଛି ମାସ ହେବ କିଏ ଜଣେ ଏହି ସ୍ଥାନରେ ପୂଜା କରିବା ସହ ବଳି ଦେବାର ସମସ୍ତ ସରଞ୍ଜାମ ଦେଖିବାକୁ ମିଳିଥିଲା l ଏହି ସ୍ଥାନରେ ପ୍ରତ୍ୟେକ ଦିନ ପୂଜା ହୁଏ କିନ୍ତୁ କେତେବେଳେ ହୁଏ ତାହା ଜଣା ପଡ଼େନି ବୋଲି କହିଛନ୍ତି ଗାଁ ଲୋକ l ଗତ କାଲି ସନ୍ଧ୍ୟା ସମୟରେ କୌଣସି ପ୍ରକାରେ ଖବର ପାଇ ଗ୍ରାମର କିଛି ଯୁବକ ସେହି ସ୍ଥାନରେ ପହଂଚି ଯାଇଥିଲେ l ସେଠାରେ ଗୁଣିଆ ପୂଜା କରିବା ସ୍ଥଳେ ଦୁଇ ନାବାଳକ ମୌନ ହୋଇ ବସିଥିଲେ l ସ୍ଥାନୀୟ ଯୁବକ ମାନେ ତାଙ୍କ ଭିତରୁ ଦୁଇ ନାବାଳକ ମାନଙ୍କୁ ହିଁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ l ଗୁଣିଆ ଜଣକ ସେଠାରୁ କୌଶଳ କ୍ରମେ ଖସି ପଳାଇଥିଲା l ସ୍ଥାନୀୟ ଯୁବକ ମାନେ ସେହି ଦୁଇ ନାବାଳକକୁ ଆଣି ଗାଁ ମଣ୍ଡପରେ ରଖି ଫୁଲବାଣୀ ସଦର ଥାନା ପୋଲିସକୁ ଖବର କରିଥିଲେ l ପୋଲିସ ରାତି ପ୍ରାୟ ଆଠଟାରେ ଦଡକି ଗାଁରେ ପହଂଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ l ମୁଖ୍ୟ ଆସାମୀ ଏଠାକୁ ଆସି ତାହାର ଏପରି ନିଛାଟିଆ ସ୍ଥାନରେ ପୂଜା କରିବା ଉଦ୍ଦେଶ୍ୟ କହିବା ପରେ ହିଁ ଆମେମାନେ ହସ୍ତାନ୍ତର କରିବାକୁ ଦାବି କରିଥିଲେ l କାରଣ ଆମ ଗାଁରେ ଏପରି ଗୁଣି ଗାରେଡିରେ ବର୍ଷକ ଭିତରେ ଚାରି ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଗାଁ ଲୋକେ l ଏପରି ଗୁଣି ଗାରେଡି ପୂଜା ଉପରେ ସେ ଯୁଗରୁ ଆଜି ପର୍ଯ୍ୟନ୍ତ ଆମ ମାନଙ୍କ ବିଶ୍ୱାସ ରହିଛି ଆଉ ରହିବ ବୋଲି ଗାଁ ମୁଖିଆ କହିଛନ୍ତି l ପୋଲିସ ଥାନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି lସକାଳେ ପୋଲିସ ସେହି ସ୍ଥାନକୁ ଯାଇ ଘଟଣାକୁ ତଦନ୍ତ କରି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରି ଦୁଇ ନାବାଳକ ମାନଙ୍କୁ ସଦର ଥାନାକୁ ନେଇ ପଚାର ଉଚରା ଜାରି ରଖିଛି l ଅଭିଯୁକ୍ତ ଗୁଣିଆକୁ ଗିରଫ କରିବା ନେଇ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ସଦର ଥାନା ଅଧିକାରୀ l

Leave A Reply

Your email address will not be published.