
ଫୁଲବାଣୀ : ଫୁଲବାଣୀ ସାଇ ବିହାର ଠାରେ ଭଗଵାନ ଶ୍ରୀ ସତ୍ୟ ସାଇବାବା ଙ୍କ ଆରାଧନା ଉତ୍ସବ ପାଳନ କରା ଯାଇଥିଲା। ପ୍ରାତଃ ୪.୩୦ମି. ଓଁକାର, ସୁପ୍ରଭାତମ, ନଗର ସଙ୍କୀର୍ତ୍ତନ ,୭.୩୦ମି. ରେ ଦିବ୍ୟ ପତାକା ଉତୋଳନ ସାରି ଷୋଡ଼ଶ ଉପଚାର ପୂଜା ଓ ହୋମ ସାରି ସହରର ଗଳି ଗଳି ବୁଲି ନାରାୟଣ ମାନଙ୍କୁ ମଧ୍ୟାହ୍ନ ଭୋଜୋନ ପୁଡିଆ , ବସ୍ତ୍ର ବଣ୍ଟା ଯାଇଥିଲା। ସନ୍ଧ୍ୟା ସମୟ ରେ ଭଜନ, ବେଦପାଠ ଓ ସତସଙ୍ଗ କାର୍ଯ୍ୟ କ୍ରମ ରେ ଅନ୍ୟ ଥା ଶରଣମ୍ ନାସ୍ତି ତୁମେବ ଶରଣମମ ଭାଈ ପ୍ରତାପ ସ୍ୱାଇଁଙ୍କ ଦ୍ଵାରା ଆଲୋଚନା କରାଯାଇ ଥିଲା ଗଂଜାମ ଜିଲ୍ଲା -୨ ବାଳ ବିକାସ ଛାତ୍ରୀ ବୈଷ୍ଟନବି ପ୍ରଧାନଙ୍କ ଦ୍ଵାରା ସଂଗୀତ ପରି ବେଷଣ କରି ସମସ୍ତଙ୍କୁ ମନ ମୁଗ୍ଧ କରିପାରି ଥିଲେ। ଶେଷରେ ଫୁଲବାଣୀ ସାଇ ବିହାର ର ଆବାହକ କାନ୍ନା ତ୍ରିପାଠୀ ଆଳତୀ କରିବା ପରେ ସମସ୍ତ ସାଇ ଆଶ୍ରିତ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।