କଂଗ୍ରେସର ବ୍ରହ୍ମପୁର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ନାମାନଙ୍କ ପତ୍ର ଦାଖଲ

add-all

ବ୍ରହ୍ମପୁର : ଆଜି ଜାତୀୟ କଂଗ୍ରେସ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭାବେ ରଶ୍ମି ରଞ୍ଜନ ପଟ୍ଟନାୟକ ନିଜ ନାମାନଙ୍କ ପତ୍ର ଦାଖଲ କରିଥିବା ବେଳେ ବିଧାୟକ ପ୍ରାର୍ଥୀ ଭାବେ ବରିଷ୍ଠ ଆଇନଜୀବି ଦୀପକ ପଟ୍ଟନାୟକ ଆଜି ନିଜ ନାମାନଙ୍କ ପତ୍ର ଛତ୍ରପୁର ଠାରେ ଦାଖଲ କରିଛନ୍ତି। ଏକ ବିରାଟ ପଟୁଆରରେ ବ୍ରହ୍ମପୁର କଂଗ୍ରେସ କାର୍ଯ୍ୟାଳୟ ଠାରୁ ବାହାରି ଦୁଇ ନେତା ସହର ପରିକ୍ରମା କରିବା ସହିତ ଛତ୍ରପୁର ଠାରେ ପହଞ୍ଚି ନିଜ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ।ଦୀର୍ଘ ୨୫ ବର୍ଷ ବିଜେଡି ସରକାର ଶାସନ ରେ ବ୍ରହ୍ମପୁର ର ବିକାଶ ନାମରେ ବିନାଶ ଘଟିଛି, ବ୍ରହ୍ମପୁର ବାସୀ ବହୁ ମୌଳିକ ସମସ୍ୟା ର ସମ୍ମୁଖୀନ ହେଉଥିବା ବେଳେ ବିଜେଡି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି।ଆଗାମୀ ନିର୍ବାଚନ ରେ କଂଗ୍ରେସ ଲୋକଙ୍କ ନିକଟରେ ପହଞ୍ଚି କିଭଳି ଲୋକଙ୍କ ସମସ୍ୟା ଦୁରହେବ ସେ ନେଇ କାର୍ଯ୍ୟ କରିବ ବୋଲି ବିଧାୟକ ପ୍ରାର୍ଥୀ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.