
ଆସିକା : ଆସିକା ସୁବର୍ଣପେଟା ସାହି ନିବାସୀ ସାମ୍ବାଦିକ ସନ୍ତୋଷ କୁମାର ମୁନି ଙ୍କ ମାତା ସ୍ବର୍ଗତ ହେମଲତା ମୁନି (୮୨)ଙ୍କ ମୃତ୍ୟୁ ର ଦ୍ଵାଦଶାହ ଅଵସରରେ ସ୍ମୃତି ଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆସିକା ପୌରାଞ୍ଚଳ ର ୱାର୍ଡ ନମ୍ବର ୧୫ ର ସେ ଜଣେ ଧର୍ମପରାୟଣ ଓ ପର ଉପକାରୀ ମହିଳା ଥିଲେ l ଏହି ଦ୍ୱାଦଶାହ କାର୍ଯ୍ୟକ୍ରମ ରେ କୈଳାଶ ଚନ୍ଦ୍ର ମୁନି, ରମେଶ ଚନ୍ଦ୍ର ମୁନି, ନମିତା ମୁନି, ଅସୀମା ମୁନି, ଝୁନୁ ପୂଜାରୀ, ଶାନ୍ତିଲତା ସାହୁ, ପ୍ରତାପ ପୂଜାରୀ, ସମେତ ଅନେକ ପରିବାର, ବନ୍ଧୁ, ସୋଦର ଏବଂ ବୁଦ୍ଧିଜୀବୀ , ସାମ୍ବାଦିକ, ବ୍ୟବସାୟୀ ଅନୁଷ୍ଠାନ ର ମାଲିକ,ସମେତ ଅନେକ ସାହି ପଡୋଶୀ ଦ୍ଵାଦଶାହ ରେ ଯୋଗ ଦେଇ ତାଙ୍କ ଅମର ଆତ୍ମା ର ସଦଗତି କାମନା କରି ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ।