ରାସ୍ତା ମଝିରେ ଗାତ ଖୋଳି ଛାଡି ଦେଲା‌ ଜନସ୍ବାସ୍ଥ୍ୟ ବିଭାଗ !

ହିଞ୍ଜିଳିକାଟୁ ୨୫ /୧ : ହିଞ୍ଜିଳିକାଟୁ ପୌରାଞ୍ଚଳରେ ଜନସ୍ବାସ୍ଥ୍ୟ ବିଭାଗର ପାନୀୟ ଜଳ ଯୋଗାଣ କାର୍ଯ୍ୟ ଶୈଳୀକୁ ନେଇ ଲୋକେ ନାପସନ୍ଦ କରିଛନ୍ତି। ଲୋକଙ୍କୁ ପାନୀୟ ଜଳ ଯୋଗାଣ ନାମରେ ହିଞ୍ଜିଳିକାଟୁ ପୌର ପରିଷଦ ଅଧୀନ ସହର ସାରା ରାସ୍ତା ମଝିରେ ଗାତ ଖୋଳି ପାଇପ ବିଛେଇ ଚାଲିଛି ଜନସ୍ବାସ୍ଥ୍ୟ ବିଭାଗ। ସହର କୁ ସୌନ୍ଦର୍ଯ୍ୟ କରଣ ଦିଗରେ ପୌରପ୍ରସାଶନ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛି । ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଥାନା ତୋଟା ସାହିରେ ନୁଆ କରି ବିଛାଯାଇଥିବା ଫେବର ଇଟାଗୁଡ଼ିକୁ ଭାଙ୍ଗି ପାଣିପାଇପ ବିଛାଯାଇଛି। ପୌର ପରିଷଦ ନିୟମାନୁଯାୟୀ ଉକ୍ତ କାର୍ଯ୍ୟ କରିବା ପୂର୍ବରୁ ପୌର ପରିଷଦରୁ ଅନୁମତି ନେବା କଥା। ଏଥିସହ କିଛି ଅର୍ଥ ପୌର ପରିଷଦରେ ପୈଠ କରାଯିବା ନିୟମ ମଧ୍ୟ ରହିଛି। କୌଣସି ନିୟମ ନ ମାନି ଜନସ୍ବାସ୍ଥ୍ୟ ବିଭାଗ ମନଇଚ୍ଛା କାର୍ଯ୍ୟ କରିଚାଲିଛି। ରାସ୍ତା ନିର୍ମାଣର ଏକ ସପ୍ତାହ ପରେ ପାଇପ ଲାଇନ ପାଇଁ ଗାତ ଖୋଳାଯାଇଛି। ଏଠାରେ ସୁଚନା ଯୋଗ୍ୟ ଯଦି ପାଇପ ଲାଇନ କାର୍ଯ୍ୟ କରାଯିବା ର ଥିଲା ତେବେ ସେହି କାର୍ଯ୍ୟ ନୁତନ ରାସ୍ତା ନିର୍ମାଣ ପୂର୍ବରୁ କାହିଁକି କରାଗଲାନି‌ବୋଲି ସାଧାରଣ ରେ ଆଲୋଚନା ହେଉଛି। ସହର ସାରା ରାତି ପହିଲା ବେଳକୁ ବଡ଼ବଡ଼ ଗାତ ହୋଇଥିବା ଦେଖିବାକୁ ମିଳିଛି। ବିଳମ୍ବିତ ରାତିରେ କାର୍ଯ୍ୟକରି କୋଟିକୋଟି ଟଙ୍କା ବ୍ୟୟରେ ନିର୍ମିତ ରାସ୍ତାଗୁଡ଼ିକୁ ଖିନଭିନ୍‌ କରିଦିଆଯାଉଛି।ସହର ଭିତରେ କାର୍ଯ୍ୟ କରିବା ପାଇଁ ପୌରସଂସ୍ଥା ଓପୂର୍ତ୍ତବିଭାଗ ଠାରୁ ଅନୁମତି ନେଇ ନେବା କଥା କିନ୍ତୁ କିଏ କାର୍ଯ୍ୟ କରୁଛି ବିନା ଅନୁମତିରେ ରାତି ଅଧରେ ଖୋଳିତାଡି ଦେଇ ଚାଲିଯାଉଛନ୍ତି। ରାସ୍ତା କଡ ଖାଲପାଇଁ ହିଞ୍ଜିଳିକାଟୁ ସହରରେ ଛୋଟ ବଡ ଦୁର୍ଘଟଣା ଘଟୁଥିବାରୁ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି‌। ସେହିପରି ହିଞ୍ଜିଳିକାଟୁ ପ୍ୟୈରପରିଷଦ ଅନ୍ତର୍ଗତ ରଙ୍ଗୁଣି ସାହି ରେ ଜନସ୍ବାସ୍ଥ୍ୟ ବିଭାଗ ପାଇପ ବିଛାଇ ଗାତ ଖୋଳି ଛାଡ଼ିଦେଇଚି।।

ଗାତ ଖୋଳିବା ଯୋଗୁଂ ଅନେକ ଲୋକ ସେମାନଙ୍କ ଘରକୁ ଗାଡି ନେଇ ଯାଇପାରୁ ନାହାନ୍ତି। ଅଧାବାଟରେ ଚିହ୍ନାଜଣା ତଥା ସମ୍ପର୍କୀୟ ଘରେ ଗାଡ଼ି ରଖୁଛନ୍ତି। ସହରସାରା ଚାରି ଆଡେ ଏଭଳି ଖାଲଖମା ନୂଆ ସମସ୍ୟା ସୃଷ୍ଟି କରିଛି। ଖୋଳା ଯାଇଥିବା ଗାତ ଓ ଭାଙ୍ଗି ଯାଇଥିବା ରାସ୍ତାକୁ କିଏ ଏବଂ କେବେ ମରାମତି କରିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଗକୁ ଲକ୍ଷ୍ମୀ ନୃସିଂହ ଯାତ୍ରା ୨୦ଦିନ ରହିଲା ।ସାହିର ସୈନ୍ଦର୍ଯ୍ୟ ସହ ଗାତ ଯୋଗୁଁ ଯାତ୍ରାରେ ଯାତ୍ରୀ ମାନେ ଅସୁବିଧା ର ସମ୍ମୁଖିନ ହେବେ ବୋଲି ସାହି ବାସିନ୍ଦା ପ୍ରସାଶନକୁ ଜଣାଈଲେ ମଧ୍ୟ ସୁଫଳ ମିଳିନଥିଲା। ସାହିର ମନୋରଞ୍ଜନ ସାହୁ, ବିଘ୍ନେଶ୍ୱର ସାହୁ,କାହ୍ନା ସାହୁ , ରଞ୍ଜନ ସାହୁ ଓ ସନ୍ଦିପ ବେହେରାଓ ଅନ୍ୟ ବାସିନ୍ଦା ନିଜେ ନିଜ ଖର୍ଚ୍ଚରେ ଫେବର ପକାଇଲେ।ଆଗକୁ ନିର୍ବାଚନ ଥିବାରୁ ଘଟଣାକୁ ନେଇ ସହରରେ ଆଲୋଚନା ର ବିଷୟବସ୍ତୁ ପାଲଟିଛି।

ad-week
Leave A Reply

Your email address will not be published.