ଚକାପାଦରେ ଵିଜେଡିର ରୋଡ଼ ଶୋ’

youtube

ଫୁଲବାଣୀ : ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚକାପାଦ ବ୍ଲକରେ ବିଜୁ ଜନତା ଦଳ( ଵିଜେଡି) ପକ୍ଷରୁ ଆଜି ଏକ ଏକ ରୋଡ଼ ଶୋ ଆୟୋଜିତ ହୋଇଯାଇଛି। ବିଜେଡ଼ିର କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଓ ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀ ବିଧାୟକା ପ୍ରାର୍ଥୀ ଜୟଶ୍ରୀ କହଁର ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ଚକାପାଦ ବ୍ଲକର ବିଭିନ୍ନ ପଞ୍ଚାୟତ ପରିକ୍ରମା କରି ଲୋକଙ୍କ ଆଶୀର୍ବାଦ କାମନା କରିବା ସହ ଭୋଟ ଭିକ୍ଷା କରିଥିଲେ। ଏହି ରୋଡ଼ ଶୋ ଶଙ୍କରାଖୋଲଠାରୁ ଆରମ୍ଭ ହୋଇ ପସରାଠାରେ ଶେଷ ହୋଇଥିଲା। ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭାରେ ଉଦବୋଧନ ଦେଇ ଶ୍ରୀ ସାମନ୍ତ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ଓଡ଼ିଶାର ପୁରପଲ୍ଲୀ ଓ ସହରାଞ୍ଚଳ ରେ ପ୍ରଭୂତ ଉନ୍ନତି ହୋଇପାରିଛି । ଓଡ଼ିଶାରେ ଆଜି ମହିଳାମାନେ ଆର୍ଥିକ, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ସଶକ୍ତ ହୋଇପାରିଛନ୍ତି।

ଓଡିଶାକୁ ସମଗ୍ର ଦେଶରେ ୧ନମ୍ଵର ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତେ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ନିମନ୍ତେ ଆର୍ଶୀବାଦ ପ୍ରଦାନ କରିବାକୁ ସେ ନିବେଦନ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏବଂ ତାଙ୍କର ଓ କନ୍ଧମାଳ ଜିଲ୍ଲାର ୩ ବିଧାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କନ୍ଧମାଳ ଜିଲ୍ଲାରେ ଅନେକ ଉନ୍ନୟନ କାମ ହୋଇଛି। ଏହି ବିକାଶଧାରାକୁ ଜାରି ରଖିବା ପାଇଁଁ ତାଙ୍କୁ କନ୍ଧମାଳ ଲୋକସଭା ସାଂସଦ ଏବଂ ଫୁଲବାଣୀ ବିଧାୟକାଭାଵେ ଜୟଶ୍ରୀ କହଁରକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଶ୍ରୀ ସାମନ୍ତ ନିବେଦନ କରିଥିଲେ। ଏହି ରୋଡ଼ ଶୋ ସମୟରେ ଚକାପାଦର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅତି ଉତ୍ସାହ ପରିଲକ୍ଷିତ ହୋଇଥିଲା। ଅପରାହ୍ନରେ ଫୁଲବାଣୀ ବ୍ଲକର ଗୁମା ଗଡ଼, କେରେଡି,ଡାଙ୍ଗୁଲୁ ଓ ଗଞ୍ଜୁଗୁଡା ଅଞ୍ଚଳରେ ରୋଡ଼ ଶୋ ହୋଇଥିଲା। ଏହି‌ ରୋଡ ଶୋରେ କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଓ ଫୁଲବାଣୀ ବିଧାୟିକା ପ୍ରାର୍ଥୀ ଜୟଶ୍ରୀ କହଁର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା କରି ଲୋକଙ୍କ ଆଶୀର୍ବାଦ କାମନା କରିଥିଲେ।

Leave A Reply

Your email address will not be published.