ବାଲନ୍ଦାପଡାଠାରେ ବିଶ୍ବ ମ୍ୟାଲେରିଆ ଦିବସ-୨୦୨୪ ପାଳିତ

youtube

ଫୁଲବାଣୀ : ସାରା ବିଶ୍ଵ ରେ ମ୍ୟାଲେରିଆ ସଂକ୍ରମଣ ଏକ ସାଧାରଣ ସମସ୍ୟା ହୋଇ ରହିଥିବା ବେଳେ କନ୍ଧମାଳା ଜିଲ୍ଲା ପାହଡ ଜଙ୍ଗଳ ଘେରା ଅଂଚଳ ସମେତ ଜନ ସାଧାରଣଙ୍କ ନିକଟରେ ସଚେତନତା ଅପହଂଚ ହୋଇଥିବାରୁ ମ୍ୟାଲେରିଆ ସଂକ୍ରମଣ ମଧ୍ୟ ଏକ ସ୍ଵାସ୍ଥ୍ୟ ସମସ୍ୟା ରୂପେ ଛିଡା ହୋଇଛି । ସରକାରଙ୍କ ତରଫରୁ ଏହାର ନିୟନ୍ତ୍ରଣ ନିମନ୍ତେ ଯଥା ସମ୍ଭବ ଚେଷ୍ଟା ଜାରିରହିଛି । ଏହି ପରିପ୍ରେଖିରେ ପ୍ରତି ବର୍ଷ ବର୍ଷ ଏପ୍ରିଲ ୨୫ ତାରିଖକୁ ବିଶ୍ଵ ମ୍ୟାଲେରିଆ ଦିବସ ଭାବେ ପାଳନ କରାଯାଉଛି । କନ୍ଧମାଳ ଜିଲ୍ଲାର ଅଗ୍ରଣି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ଜିଲ୍ଲା ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ପ୍ରକଳ୍ପଙ୍କ ମିଳିତ ସ‌ହ‌ଯୋଗରେ ଫିରିଙ୍ଗିଆ ବ୍ଲକର ବାଲନ୍ଦାପଡା ଠାରେ ଏହି ଦିବସକୁ ପାଳନ କରିବାକୁ ଯାଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଯିତ ହୋଇଯାଇଛି ।

ଜିଲ୍ଲା ତରଫରୁ କୁମୁଦଚନ୍ଦ୍ର ସାହୁ ଓ ବ୍ଳକ ତରଫରୁ ସନତ କୁମାର ମୋହାପାତ୍ରଙ୍କ ତତ୍ବାବଧାନରେ ଆୟୋଯିତ ଏହି କାର୍ଯ୍ୟକ୍ରମରେ ଯଥାସମ୍ଭବ ସ୍କ୍ରିନିଂ କରି ପଜିଟିଭ୍ ଚିହ୍ନଟ ବ୍ଯକ୍ତି ମାନଙ୍କୁ ଚିକିତ୍ସା କରିବା ସହ ମସାରି ବ୍ୟବହାର ପାଇଁ ବାଲନ୍ଦାପଡା ପ୍ରାଥମିକ ମିକ ସ୍ଵାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ରାକେଶ କୁମାର ବିଶ୍ଵାଳ ଆହ୍ବାନ ଦେଇଥିଲେ । ସେହିପରି ସୁପରଭାଇଯର ଗୋପାଳକୃଷ୍ଣ ଡାକୁଆ ଉପସ୍ଥିତ ରହି ଆଜିର ମହତ୍ଵପୂର୍ଣ୍ଣ ଦିବଶରେ ସମସ୍ତଙ୍କୁ ମଶାରି ବ୍ୟବହାର କରିବା ସହ ଜ୍ବର ଆସିବାକ୍ଷଣି ସ୍ଥାନିୟ ଆଶାଙ୍କ ନିକଟକୁ ଯାଇ ରକ୍ତପରିକ୍ଷା କରି ସଠିକ ମାତ୍ରାର ଔଷଧ ସେବନ କରିବାକୁ ଅନୁରୋଧ କରିଥିଲେ । ପ୍ରତିମା ସାହୁ, ସନ୍ତୋଶିନି କହଁର, ମନୋଜ କୁମାର ମଲ୍ଲିକ, ଦେବିକା ଦାଶ, ଡାଇନା ନାୟକ ଓ ଈତିଶ୍ରୀ ସାହାଣି ପ୍ରମୁଖ ଆଗଧାଡିର ସ୍ଵାସ୍ଥ୍ୟ କର୍ମୀମାନେ ଯୋଗଦେଇ ମ୍ୟାଲେରିଆ ହଟାଇବା ପାଇଁ ପରିଚାଳିତ ହେଉଥିବା ଦମନ କାର୍ଯ୍ୟକ୍ରମରେ ଆବାଳ ବୃଦ୍ଧବନିତା ମାନେ ଉପସ୍ଥିତ ରହି ନିଜର ପରିକ୍ଷାକରି ମ୍ୟାଲେରିଆ ପରି ଦୁଃସାଧ୍ୟ ସଂକ୍ରମଣରୁ ଦୁରେଇ ରହିବାକୁ ଅନୁରୋଧ କରିଥିଲେ । ଏଥିସହ ଭଲ୍ଯୁଣ୍ଟର ମାନେ ଆଶା ଓ ଏ.ଏନ୍.ଏମ୍ ଙ୍କ ସହମତି ରେ ସଠିକ୍ ପ୍ଲାନଂ କରି ଜନସାଧାରଣଙ୍କ ପାଖରେ ମିଳିତ ଭାବରେ ର ପହଂଚି ପାରିଲେ ମାସ୍ ସ୍କ୍ରିନଂ ସହ ସଂକ୍ରମଣ କୁ ମଧ୍ୟ ଚେକ୍ ଦେଇହେବ ବୋଲି ଅନୁଷ୍ଠାନର ସଂପାଦକ ହରି ଶଙ୍କର ରାଉତ କହିଥିଲେ । ଅନୁଷ୍ଠାନ ତରଫରୁ ବିଶ୍ଵ ରଞ୍ଜନ କରଙ୍କ ତତ୍ତ୍ୱାବଧାନରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ମା ଗୃହ ଓ ପ୍ରାକଦିପ ପ୍ରକଳ୍ପ ତରଫରୁ ପୁଷ୍ପିତା ସାହୁ, ସାମନ୍ତି ଦିଗାଲ, ପ୍ରିୟଦର୍ଶନି ପ୍ରଧାନ, ଚଂଚଳା କହଁର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l

Leave A Reply

Your email address will not be published.