ଶେଷ ଦିନରେ ବିଜେପି ପ୍ରାର୍ଥୀ ଡମ୍ବରୁ ଶୀଶା ଙ୍କ ସହିତ ୮ଜଣ କଲେ ନାମାଙ୍କନପତ୍ର ଦାଖଲ।

add-all

ମାଲକାନଗିରି,୨୫/୪ : ଆଜି ନାମାଙ୍କନ ପତ୍ର ଦାଖଲ ର ଶେଷ ଦିନ ଥିଲା। ଆଜି ଶେଷ ଦିନରେ ବିଭିନ୍ନ ଦଳ ର ୮ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ୧୪୭ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ପାଇଁ ବିଜେପି ଦଳର ପ୍ରାର୍ଥୀ ଡମ୍ବରୁ ସୀସା ବିଜେପି ନେତା ଓ କର୍ମୀ ଙ୍କ ସହିତ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଠାରେ ପହଞ୍ଚି ଥିଲେ। ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଙ୍କ ନିକଟରେ ଚିତ୍ରକୋଣ୍ଡା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଠିକ ସେହିପରି ଚିତ୍ରକୋଣ୍ଡା ଆସନ ପାଇଁ ଆପ ପାର୍ଟି ପକ୍ଷରୁ ଶରତ ଚନ୍ଦ୍ର ବୁରୁଦା,ଜନତା ଦରବାର ପାର୍ଟି ପକ୍ଷରୁ ଲକ୍ଷ୍ମଣ ମାଡକାମୀ,ସ୍ୱାଧୀନ ପ୍ରାର୍ଥୀ ଭାବେ ଆଦିବାସୀ ସମାଜ ମହା ସଂଘ ପକ୍ଷରୁ ହରିବନ୍ଧୁ ଗୋଲରୀ,ସ୍ୱାଧୀନ ପ୍ରାର୍ଥୀ ଭାବେ ଘେନୁ ମୁଦୁଲି, ଅଖିଳ ଭାରତ ହିନ୍ଦୁ ମହାସଭା ପକ୍ଷରୁ ପଦିଆ ପଡ଼ିଆମୀ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଠିକ ସେହି ପରି ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ପାଇଁ ରିପବ୍ଲିକଆନ ପାର୍ଟି ପକ୍ଷରୁ ଭଗବାନ ହନ୍ତାଳ,ସ୍ୱାଧୀନ ପ୍ରର୍ଥୀ ଭାବେ ଲଳିତ ମାଡକାମୀ ଉପଜିଲ୍ଲାପାଳ ଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ad-week
Leave A Reply

Your email address will not be published.