ସାବଧାନ ! ହିଞ୍ଜିଳିକାଟୁ ସହରରେ ଘୁରି ବୁଲୁଛି ଖଣ୍ଡା !!

add-all

ହିଞ୍ଜିଳିକାଟୁ ୨୫/୪ : ପୋଲିସ ର ନିଷ୍କ୍ରିୟତା ଯୋଗୁଁ ହିଞ୍ଜିଳିକାଟୁ ସହରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅବସ୍ଥାରେ । ଅନେକ ନିଶାସକ୍ତ ଯୁବକ ମାରଣାସ୍ତ୍ର ଧରି ସହରରେ ଘୁରି ବୁଲୁଥିବା ବେଳେ ପୋଲିସ ନୀରବ । ସୋସିଆଲ ମିଡିଆରେ ଜଣେ ଯୁବକ ଖଣ୍ଡା ଧରି ଉତ୍ପାତ ଓ ଆତଙ୍କ ଖେଳାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୋଲିସ ର ଆକ୍ସନ ଏବଂ ରିଏକ୍ସନ୍ ଖୋଜିବାରେ ସୀମିତ ହେଲା । ପୋଲିସ ର ଅପାରଗତା ଯୋଗୁଁ ଅପରାଧୀ ମାନେ ଆଉ କାହାକୁ ଖାତିର କରୁ ନ ଥିବା ଦେଖିବାକୁ ମିଳୁଛି । ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି ଅସାମାଜିକ ବ୍ୟକ୍ତି ଙ୍କ ପ୍ରାଦୁର୍ଭାବ।
ସୂଚନା ଅନୁଯାୟୀ ବୁଧବାର ରାତିରେ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୫ ପାଟଣା ସାହିରେ ଜଣେ ଯୁବକ ନିଶାରେ ମାତାଲ ଅବସ୍ଥାରେ ଖଣ୍ଡା ବୁଲାଇ ରୋଡରେ ଯିଏ ଗଲା ଗାଳି ଗୁଲଜ କରିବା ସହ ଆତଙ୍କ ଖେଳାଈଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳ କୁ ସାଇରନ ମାରି ଯାଇଥିଲା ପୋଲିସ ଆସିବା ପରେ ଯୁବକ ଛପି ଯାଇଥିଲା।ସାହିରେ ରାତି ଅଧରେ ଜୈନିକ ଦୋକାନୀ ଘରେ କରିଥିବା ଦୋକାନ କବାଟ ନ ଖୋଲିବାରୁ ଯୁବକ ଜଣକ ଖଣ୍ଡା ଧରି ସାହିରେ ଆତଙ୍କ ରାଜ ଖେଳାଈଥିବା ଆଲୋଚନା ହେଉଛି।

ad-week
Leave A Reply

Your email address will not be published.