ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

add-all

ଭୁବନେଶ୍ଵର: ଆସନ୍ତା ମେ’ ୨୦ରେ ଓଡ଼ିଶାରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଭୋଟ। ଏଥିପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁନ୍ଦରଗଡ, ବଲାଙ୍ଗୀର, ଆସ୍କା, କନ୍ଧମାଳ, ବରଗଡ ପାଇଁ ବିଜ୍ଞପ୍ତି ଜାରି ହୋଇଛି ।

ସୂଚନା ଅନୁସାରେ, ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସିକା ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନରେ ନିର୍ବାଚନ ହେବ। ଏଥିପାଇଁ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ କରାଯିବାକୁ ଏହି ବିଜ୍ଞପ୍ତିରେ ଘୋଷଣା ହୋଇଛି । ଆଜିଠାରୁ ମେ’ ୩ ତାରିଖ ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କ ପତ୍ର ଦାଖଲ କରିପାରିବେ । ମେ’ ୪ ତାରିଖରେ ନାମାଙ୍କନ ପତ୍ରର ଯାଞ୍ଚ କରାଯିବ । ମେ’ ୬ରେ ନାମାଙ୍କନ ପ୍ରତ୍ୟାହାର ଏବଂ ୨୦ ତାରିଖରେ ମତଦାନ ହେବ ବୋଲି ଏହି ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ୨୦୨୪ ସାଧାରଣ ନିର୍ବାଚନ ୭ଟି ପର୍ଯ୍ୟାୟରେ ଦେଶରେ ଅନୁଷ୍ଠିତ ହେବ। ଓଡ଼ିଶାରେ ମତଦାନ ୪ଟି ପର୍ଯ୍ୟାୟରେ ଯଥାକ୍ରମେ ଆସନ୍ତା ମେ ୧୩, ୨୦ ,୨୫ ଏବଂ ଜୁନ୍‌ ୧ ରେ କରାଯିବ। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକ ସଭା ଆସନ ଏବଂ ୨୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ନାଁ ଭରିଛନ୍ତି ୪୮୩ ପ୍ରାର୍ଥୀ । ବ୍ରହ୍ମପୁରରେ ସର୍ବାଧିକ ୩୦ ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି ।

ad-week
Leave A Reply

Your email address will not be published.