ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ବଲିଉଡ୍ ଅଭିନେତ୍ରୀ ଡେଜି ଶାହ

add-all

ପୁରୀ : ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ବଲିଉଡ୍ ଅଭିନେତ୍ରୀ ଡେଜି ଶାହ । ଦର୍ଶନ ପରେ ବଲିଉଡର ଜୟ ହୋ ଫେମ୍ ଡେଜି ଅତ୍ୟନ୍ତ ଭବବିହ୍ୱଳ ହୋଇଥିବାର ନଜର ଆସିଥିଲା । ଦର୍ଶନ ପ୍ରତିକ୍ରିୟା କହିବାକୁ ଡେଜିଙ୍କ ପାଟିରୁ ଶବ୍ଦ ବାହାରି ନଥିଲା । ଏ ଦର୍ଶନ ,ଶ୍ରୀମନ୍ଦିରରେ ତାଙ୍କର ପ୍ରଥମ ଦର୍ଶନ ଥିଲା ବୋଲି ଡେଜି କହିଥିଲେ।

ଜଣେ ଭାରତୀୟ ନାରୀ ହିସାବରେ ସେ ପୂଜକ ମାନଙ୍କର ପାଦ ଛୁଇଁ ପ୍ରଣାମ କରିଥିବାର ଦେଖାଯାଇଥିଲା ।ଆଗକୁ ଏକ ୱେବ୍ ସିରିଜ୍ ରେ ସେ ବ୍ୟସ୍ତ ରହିଛନ୍ତି ବୋଲି କହିବା ସହ ଖୁବ୍ କମ ସମୟ ଅର୍ଥାତ୍ ମାତ୍ର ୪ ମାସ ମଧ୍ୟରେ ପୁଣିଥରେ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିବେ ବୋଲି କହିଥିଲେ ।

ad-week
Leave A Reply

Your email address will not be published.