ଗ୍ରୀଷ୍ମ ପ୍ରବାହ ଯୋଗୁଁ ପରୀକ୍ଷା ଘୁଞ୍ଚାଇବାକୁ ଦାବି

add-all

ଭୁବନେଶ୍ୱର: ଯୁକ୍ତ ତିନି ଦ୍ୱିତୀୟ ବର୍ଷ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରି ଶୁକ୍ରବାର ଭୁବନେଶ୍ୱରର ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ରାଜଧାନୀରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ। ଏଥି ଯୋଗୁଁ ଦୈନନ୍ଦିନ ଜୀବନଯାତ୍ରା ବାଧାପ୍ରାପ୍ତ ହେଉଛି। ତେଣୁ ଏପ୍ରିଲ ୩୦ରୁ ମେ’ ୧୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପରୀକ୍ଷା ଦେବା ଚ୍ୟାଲେଞ୍ଜ୍ ହୋଇପଡ଼ିଛି ବୋଲି ଛାତ୍ରୀମାନେ ଯୁକ୍ତି ବାଢ଼ିଛନ୍ତି। ନିଜ ଦାବି ଗଣମାଧ୍ୟମ ଆଗରେ ରଖି କହିଛନ୍ତି ଯେ ଉତ୍କଳ ବିଶ୍ବବିଦ୍ୟାଳୟ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଭଳି ଅନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ଏହି କାରଣରୁ ପରୀକ୍ଷା ସ୍ଥଗିତ ରଖିଛି।

ଛାତ୍ରୀମାନେ ଯିବା ଆସିବା ଏବଂ ପର୍ଯ୍ୟାପ୍ତ ହଷ୍ଟେଲ ସୁବିଧା ସହିତ ଅନ୍ୟାନ୍ୟ ଅସୁବିଧାକୁ ଗୁରୁତ୍ୱାରୋପ କରିଛନ୍ତି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ବୈଠକ ସତ୍ତ୍ୱେ ସେମାନଙ୍କ ଦାବିର ସମାଧାନ ହୋଇନଥିବାରୁ ଛାତ୍ରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକ ପରୀକ୍ଷା ସ୍ଥଗିତ ରଖିଥିବା ବେଳେ ରମାଦେବୀ ବିଶ୍ୱବିଦ୍ୟାଳୟରେ ମଧ୍ୟ ପରୀକ୍ଷା କାର୍ଯ୍ୟସୂଚୀ ବଦଳାଇବାକୁ ଦାବି କରିଛନ୍ତି।

ad-week
Leave A Reply

Your email address will not be published.