ପୁଲିସ ଅଧିକାରୀଙ୍କ ନାମରେ ସିଇଓଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ

add-all

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଏସ୍‌ଡିପିଓଙ୍କ ନାମରେ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ନିକଟରେ ଫେରାଦ ହେଲେ ରାମଚନ୍ଦ୍ରପୁର ସାଳଦେଇ ଗ୍ରାମର ବାସିନ୍ଦା। ଗ୍ରାମବାସୀ ଏସ୍‌ଡିପିଓ ପ୍ରଶାନ୍ତ ବେହେରାଙ୍କନାମରେ ଅଭିଯୋଗ ଆଣିଛନ୍ତି।

ସୂଚନା ଅନୁସାରେ ମଲ୍ଲି ଜେନା ନାମକ ଜଣେ ମହିଳା ବାଲିଘାଟକୁ ନେଇ ହୋଇଥିବା ଝଗଡ଼ରେ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଥିଲେ। ଉକ୍ତ ମାମଲାରେ ଅଭିଯୁକ୍ତମାନେ ଗିରଫ ହୋଇ ଏବେବି ଜେଲରେ ଅଛନ୍ତି। ସେହି ମାମଲାକୁ ରଫାଦଫା କରିବା ପାଇଁ ଓ ଶାସକ ଦଳକୁ ସାହାଯ୍ୟ କରିବା ପାଇଁ ଆନନ୍ଦପୁର ଏସ୍‌ଡିପିଓ ଶ୍ରୀ ବେହେରା ଚାପ ପ୍ରୟୋଗ କରୁଥିବା ନେଇ ଅଭିଯୋଗ ହୋଇଛି। ପରିବାର ଲୋକ ଏଥିରେ ରାଜି ନହେବାରୁ ପରବର୍ତ୍ତୀ ସମୟରେ ଗତ ୨୪ ତାରିଖରେ ହୋଇଥିବା ଏକ ସାମାନ୍ୟ ଗଣ୍ଡଗୋଳ ଘଟଣାରେ ଏସ୍‌ଡିପିଓ କିଛି ଅନୁସୂଚିତ ଜାତି ସଂପ୍ରଦାୟର ଲୋକଙ୍କୁ ପ୍ରବର୍ତ୍ତାଇଲେ ମଲ୍ଲି ଜେନା ପରିବାର ଲୋକଙ୍କ ନାଁରେ କେସ୍ ଦେବା ପାଇଁ।

ମାମଲା ରୁଜୁ ହେଲା ପରେ ପୁଲିସ କୌଣସି ତଦନ୍ତ ନକରି ଉଦ୍ୟେଶମୂଳକ ଭାବେ ପରିବାର ଲୋକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ନେଇ ଅଭିଯୋଗ ହୋଇଛି। ଏଭଳି ଅଫିସରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିଛନ୍ତି ପରିବାର ଲୋକ।

ad-week
Leave A Reply

Your email address will not be published.