ବିହାରରୁ ଉତ୍ତରପ୍ରଦେଶକୁ ଶିଶୁ ଚାଲାଣ, ୯୫ ଜଣଙ୍କୁ ଉଦ୍ଧାର କଲା ଶିଶୁ ଆୟୋଗ

ଲକ୍ଷ୍ନୌ : ବେଆଇନ ଭାବେ ଚାଲାଣ ହେଉଥିବା ୯୫ ଜଣ ଶିଶୁଙ୍କୁ ଉଦ୍ଧାର କରିଛି ଉତ୍ତରପ୍ରଦେଶ ଶିଶୁ ଆୟୋଗ। ବିହାରରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିବା ବେଳେ ଚଢାଉ କରି ଆୟୋଗ ୯୫ ଜଣଙ୍କୁ ଉଦ୍ଧାର କରିଛି।
ଅଯୋଧ୍ୟା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ କହିଛନ୍ତି ଯେ, କିଛି ପିଲାଙ୍କୁ ବେଆଇନ ଭାବେ ଚାଲାଣ ହେଉଥିବା ନେଇ ରାଜ୍ୟ ଶିଶୁ ଆୟୋଗ ସଦସ୍ୟ ସୁଚିତ୍ରା ଚତୁର୍ବେଦୀ ସୂଚନା ଦେଇଥିଲେ। ବିହାରରୁ ପିଲାମାନଙ୍କୁ ବେଆଇନ ଭାବେ ସାହାରନପୁରକୁ ଚାଲାଣ କରାଯାଉଥିବା ଜଣାପଡିଥିଲା। ଏହି ସମୟରେ ଚଢାଉ କରି ଆମେ ପିଲାମାନଙ୍କୁ ଉଦ୍ଧାର କରିଛି।
ପିଲାମାନଙ୍କୁ ଖାଦ୍ୟ ଓ ଚିକିତ୍ସା ଯୋଗାଇ ଦିଆଯାଇଛି। ସମସ୍ତ ଉଦ୍ଧାର ହୋଇଥିବା ପିଲାମାନଙ୍କ ବୟସ ୪-୧୨ ବର୍ଷ ହେବ ବୋଲି ଅଯୋଧ୍ୟା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ଚାଲାଣ ହେଉଥିବା ପିଲାମାନଙ୍କ ଅଭିଭାବକଙ୍କ ପକ୍ଷରୁ କୌଣସି ସ୍ୱୀକୃତି ମିଳିନଥିଲା। ପିଲାମାନେ ମଧ୍ୟ କେଉଁଠାକୁ ଯାଉଛନ୍ତି ଜାଣିନଥିବା କହିଥିଲେ। ବର୍ତ୍ତମାନ ସେମାନଙ୍କ ବାପା-ମାଆଙ୍କୁ ଯୋଗାଯୋଗ କରାଯାଉଛି। ଏହି ରାକେଟରେ ଯେଉଁମାନେ ବି ସାମିଲ ଅଛନ୍ତି, ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଯୋଧ୍ୟା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ କହିଛନ୍ତି।

ad-week
Leave A Reply

Your email address will not be published.