୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି

add-all

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆଜି ନବରଙ୍ଗପୁର ସାଂସଦ ପାର୍ଥୀ ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝି ଏକ ସାମ୍ବାଦିକ ସମ୍ମିଳନୀ କରି ସିଧାସଳଖ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ବିରୁଦ୍ଧରେ ଗର୍ଜିଛନ୍ତି। ଶାସକ ଦଳ ପାଇଁ ପ୍ରଚାରରେ ଆସି ଭି କେ ପାଣ୍ଡିଆନ କିପରି ଲୋକଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ବୋଲି ବଳଭଦ୍ର ମାଝି ଅଭିଯୋଗ କରିଛନ୍ତି।
ସେ ଆହୁରି କହିଛନ୍ତି, ଓଡ଼ିଶାରେ ବିଦ୍ୟୁତ ବଳକା ଥିବା ବେଳେ ଓଡ଼ିଶାର ବିଜୁଳି ତାମିଲନାଡୁରେ ଲୋକଙ୍କୁ କମ୍ ଦରରେ ଦିଆ ଯାଇଛି। ଏହାସହ କେତେ ଦିନ ସହିବା ପରିବର୍ତ୍ତନ କରିବା ନାରା ଦେଇଥିଲେ। ରାଜ୍ୟରେ ମୁଖ୍ୟମନ୍ତ୍ରୀ ନିରବ ଥିବା ବେଳେ ପ୍ରଶାସନିକ କଳ ସରକାର ପରିଚାଳନା କରୁଥିବା କହିଥିଲେ । ବିଜେଡି ବିରୋଧରେ ୬୦ ଫର୍ଦ୍ଦ ବିଶିଷ୍ଟ ଏକ ଚାର୍ଜସିଟ ନିର୍ବାଚନ ଅଧିକାରୀଙ୍କୁ ଦିଆଯାଇଥିବା କୁହାଯାଇଛି।

ad-week
Leave A Reply

Your email address will not be published.