୩ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା BJD, କଟିଲା ଦୁଇ ବିଧାୟକଙ୍କ ଟିକେଟ

add-all

ଭୁବନେଶ୍ବର : ଆଉ ୩ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ବେଗୁନିଆରୁ ପ୍ରଦୀପ ସାହୁ ଓ ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ପ୍ରାର୍ଥୀ ହୋଇଛନ୍ତି। ଆଜି ସୁଦ୍ଧା ବିଜେଡି ୧୪୪ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ଏବେବି ୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ।
ଘୋଷଣା ହୋଇନଥିବା ନିର୍ବାଚନମଣ୍ଡଳୀ ଗୁଡ଼ିକ ହେଲା ଖଣ୍ଡପଡ଼ା, ନୀଳଗିରି ଓ କୋରେଇ। ଏହି ସବୁ ନିର୍ବାଚନମଣ୍ଡଳୀରେ ଏକାଧିକ ଆଶାୟୀ ଥିବାରୁ ବିଜେଡି ସୁପ୍ରିମୋ ପ୍ରାର୍ଥୀ ଘୋଷଣା କରିପାରିନଥିବା ଚର୍ଚ୍ଚା ହେଉଛି।
ସେପଟେ ନରାଶ ହୋଇଛନ୍ତି ଭୋଗରାଇ ବିଧାୟକ ଅନନ୍ତ ଦାସ ଓ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର। ଦଳ ସେମାନଙ୍କ ଟିକଟ କାଟିଛି। ଜ୍ୟୋତିରିନ୍ଦ୍ରନାଥ ମିତ୍ରଙ୍କ ଟିକଟ କାଟି ରାଜେନ୍ଦ୍ର ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଭୋଗରାଇ ବିଧାୟକ ଅନନ୍ତ ଦାସ ନିଜ ପୁଅକୁ ପ୍ରାର୍ଥୀ କରିବା ପାଇଁ ସୁପ୍ରିମଙ୍କ ପାଖରେ ଲବି କରିଥିଲେ। କିନ୍ତୁ ଦଳ ତାଙ୍କୁ ନିରାଶ କରିଛି।

ad-week
Leave A Reply

Your email address will not be published.