ନିର୍ବାଚନ ଲଢ଼ିବେ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ୍‌!

add-all

କଟକ : କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଝିଅଙ୍କ ସୋଫିଆ ଫିର୍ଦ୍ଦୋସ୍‌ ରାଜନୀତି ଓହ୍ଲାଇବେ। ବିଧାୟକ ପ୍ରାର୍ଥୀ କରିବା ପାଇଁ ଆଜି ତାଙ୍କ ନାଁ ସୁପାରିସ୍‌ କରିଛି ପ୍ରଦେଶ କଂଗ୍ରେସ। ଏନେଇ AICCକୁ ପ୍ରସ୍ତାବ ଦିଆଯାଇଛି। ତାହା ଉପରେ AICC ବିଧିବଦ୍ଧ ନିଷ୍ପତ୍ତି ନେବ ବୋଲି ସୂଚନା ଦେଇଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର।
କଟକ-ବାରବାଟୀ ବିଧାୟକ ହେଉଛନ୍ତି ମହମ୍ମଦ ମୋକିମ। ଏକଦା ବିଜେପି ଓ ବିଜେଡି ଗଡ଼ ଭାବେ ପରିଚିତ ଥିବା ଏହି ନିର୍ବାଚନମଣ୍ଡଳୀରେ ୨୦୧୯ ନିର୍ବାଚନରେ ମହମ୍ମଦ ମୋକିମ୍‌ କଂଗ୍ରେସରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ସେ ORHDC ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡ଼ିଥିବାରୁ ୨୦୨୪ ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଆଶଙ୍କା ଦେଖାଦେଇଥିଲା। ଯେଉଁଥିପାଇଁ ତାଙ୍କ ସ୍ଥାନରେ ଝିଅ ସୋଫିଆ ଫିର୍ଦ୍ଦୋସ୍‌ ନିର୍ବାଚନ ଲଢ଼ନ୍ତୁ ନିର୍ବାଚନ ଲଢ଼ି ପାରନ୍ତି। ସେଥିପାଇଁ ଦୁଇ ଦିନ ତଳେ ମହମ୍ମଦ ମୋକିମଙ୍କ ଘରେ ସମର୍ଥକମାନେ ମେଳି କରିଥିଲେ। ଆଉ ସୋଫିଆଙ୍କୁ ପ୍ରାର୍ଥ କରିବାକୁ ସମସ୍ତେ ଦାବି କରିଥିଲେ।
ସେପଟେ ଦେଖିବାକୁ ସୋଫିଆ ଜଣେ ଉଚ୍ଚ ଶିକ୍ଷିତା। ସେ ବ୍ୟବସାୟରେ ନିଜକୁ ସକ୍ରିୟ ରଖିଛନ୍ତି। ଏଥିସହ ରାଜନୀତିରେ ବାପାଙ୍କ ପାଖେ ପାଖେ ରହିଛନ୍ତି। ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ସେ ଲୋକଙ୍କ ପାଖକୁ ଯାଇ ଭୋଟ୍‌ ମାଗିଥିଲେ। ତାଙ୍କର ରାଜନୈତିକ ଅଭିଜ୍ଞତା ରହିଛି। କଟକର ସବୁ କଂଗ୍ରେସ କର୍ମୀ ତାଙ୍କ ସହ ଅଛନ୍ତି। ତେଣୁ ସେ ନିର୍ବାଚନ ଲଢ଼ିଲେ ଖୁବ୍‌ ସହଜରେ ବିଜୟ ଲାଭ କରିବେ ବୋଲି କର୍ମୀଙ୍କ ମହଲରେ ମତପ୍ରକାଶ ପାଇଛି।

ad-week
Leave A Reply

Your email address will not be published.