ପୋଲିସ ଓ ରାଜସ୍ୱ ବିଭାଗ ର ଇଶାରା ରେ ଧରାକୋଟ ଅଞ୍ଚଳ ରେ ମାଳ ମାଳ ଇଟା ଭାଟି…!

ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହାନି…, ସରକାରୀ ନିୟମ କୁ ଫୁ…

add-all


ଵ୍ରହ୍ମପୁର: ୨୭-୪ ଗଞ୍ଜାମ ଜିଲ୍ଲାର ଧରାକୋଟ ଅଞ୍ଚଳରେ ଚଳିତ ବର୍ଷ ସର୍ବାଧିକ ପୋଡ଼ା ଇଟା ଭାଟି ରହିଛି। ଏଠାକାର କିଛି ଗୋଦି ମିଡ଼ିଆ ପ୍ରତେକ ଇଟା ଭାଟି ମାଲିକ ମାନଙ୍କ ଠାରୁ ଏକ ଲକ୍ଷରୁ ଉର୍ଦ୍ଧ ଟଙ୍କା ଆଦାୟ କରି ପୋଲିସ ଓ ତହସିଲଦାର ଓ ଭଞ୍ଜନଗର ମୁଖିଆ ପର୍ଯ୍ୟନ୍ତ ସମସ୍ତ ଙ୍କୁ ଖୁସି କରି ଅବାଧ ରେ ଇଟା ଭାଟି ଚଳାଉଥିବା ଚର୍ଚ୍ଚା ହେଉଛି। ଏହି ସବୁ ଇଟା ଭାଟିରେ ନଈକୂଳ ନିକଟରେ ଥିବା ଜଙ୍ଗଲ ରୁ କାଠ ଆଣି ବ୍ୟବହାର କାରୁଥିବା ଅଭିଯୋଗ ହେଉଛି। ବଲାଙ୍ଗିର ଓ ବରଗଡ଼ ଅଞ୍ଚଳ ରୁ ଶ୍ରମିକ ଓ ଶିଶୁମାନଙ୍କୁ ଆଣି ନିୟୋଜିତ କରିଥିଲେ ମଧ୍ୟ ବାବୁ ମାନଙ୍କ ଆଶୀର୍ବାଦ ଯୋଗୁଁ ଠିକ ଠାକ ବ୍ୟବସାୟ ଚାଲିଥିବା ଦେଖିବକୁ ମିଳିଛି। ଏହି ବର୍ଷ ପ୍ରଶାସନ ପକ୍ଷରୁ କୌଣସି ପୋଡ଼ା ଇଟା ଭାଟି ଉପରେ ଚଢ଼ାଉ ହୋଇନାହିଁ। ଆଗକୁ ଇଟା ଭାଟି ପଛକୁ ବିଦେଶୀ ମଦ ମଦ ମଧ୍ୟ କେତେକ ଭାଟିରେ ରାତ୍ର ସମୟରେ ଚାଲୁଥିବା ଚର୍ଚ୍ଚା ହେଉଛି। ତହସିଲଦାର ଙ୍କ ଠାରୁ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ନିକଟରେ ଅଞ୍ଚଳ ବାସୀ ଅଭିଯୋଗ କରିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହେଉଛି। ଖୋଦ ଗଞ୍ଜାମ ଜିଲ୍ଲାପାଳ ଧରାକୋଟ ଅଞ୍ଚଳ କୁ ପରିପ୍ରଦର୍ଶନ କୁ ଆସିଲେ ଏହି ଇଟାଭାଟି କିପରି ଚାଲୁଛି ତାହା ନିଜେ ଦେଖିବେ ବୋଲି ଆଲୋଚନା ହେଉଛି।

ad-week
Leave A Reply

Your email address will not be published.