ଫୁଲବାଣୀ ଓକିଲସଙ୍ଘ ପକ୍ଷରୁ ଓକିଲ ଦିବସ ପାଳିତ…

add-all

ଫୁଲବାଣୀ : ଏପ୍ରିଲ ୨୮ ଆଜି ଓକିଲ ଦିବସ ଓଡ଼ିଶାର ପ୍ରଥମ ବାରିଷ୍ଟର ତଥା ପ୍ରଥମ ସ୍ନାତକ ମଧୁସୁଦନ ଦାସଙ୍କ ଜନ୍ମତିଥି (ଜୟନ୍ତୀ)ରେ ପାଳିତ ଏକ ବିଶେଷ ଦିବସ ଯାହା ମଧୁବାବୁଙ୍କୁ ସମ୍ମାନ ଜଣାଇ ପାଳନ କରାଯାଇଥାଏ । ମଧୁବାବୁଙ୍କ ଜୀବନ ଚରିତ ଉତ୍କଳର ଅର୍ଦ୍ଧଶତାବ୍ଦୀର ଇତିହାସ । ସେ ହିଁ ଥିଲେ ଅନେକ କ୍ଷେତ୍ରରେ ପ୍ରଥମ ଓଡ଼ିଆ l କଲିକତା ବିଶ୍ୱବିଦ୍ୟାଳୟରୁ ଏମ୍ ଏ ବି.ଏଲ୍. ଡିଗ୍ରୀ ହାସଲ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ । ଓକିଲାତି କ୍ଷେତ୍ରରେ ସେ ଥିଲେ ଏକ ଆଦର୍ଶ ତଥା ଅନନ୍ୟ ପ୍ରତିଭା । ନିଜର ଓକିଲାତି ବାକ୍ ? ଚାତୁରୀ ଓ ତର୍କଜ୍ଞାନର ପ୍ରଭାବରେ ରାଣୀ ସୂର୍ଯ୍ୟମଣୀ ପାଟମହାଦେଈଙ୍କ ପକ୍ଷ ରଖି ଶ୍ରୀମନ୍ଦିର ପରିଚାଳନାର ଭାର ସେ ତତ୍କାଳୀନ ସରକାରଙ୍କ ହାତମୁଠାରୁ ଛଡ଼ାଇ ଆଣିପାରିଥିଲେ ସେ କେବଳ ଉତ୍କଳ ଗୌରବ ନ ଥିଲେ, ସେ ଥିଲେ ଯଥାର୍ଥରେ ଭାରତର ଗର୍ବ ନାରୀଜାତିକୁ ଓକିଲାତି କ୍ଷେତ୍ରରେ ପ୍ରୋତ୍ସାହିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେହି ମହାନ୍ ବ୍ୟକ୍ତିତ୍ୱଙ୍କୁ ସମ୍ମାନ ଜଣାଇ ତାଙ୍କର ଜନ୍ମ ଦିନକୁ ସାରା ଓଡ଼ି ଶାରେ “ ଓକିଲ ଦିବସ” ଭାବେ ପାଳନ କରାଯାଉଛି । ଏହି ଦିନକୁ ସ୍ଵାଭିମାନ ଦିବସ ରୂପେ ମଧ୍ୟ ପାଳନ କରାଯାଉଛି । ଏହି ଅବସରରେ ଓକିଲସଙ୍ଘ ଫୁଲବାଣୀ ପକ୍ଷରୁ ଓକିଲ ସଂଘର ସଭାପତି ନିରୋଦ କୁମାର ପାତ୍ରଙ୍କ ନେତୃତ୍ବରେ ଓକିଲ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ପୁରୁଣା କୋର୍ଟ ପରିସରରେ ଥିବା ମଧୁବାବୁଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା।ପରେ ମଧୁସୂଦନ ପାର୍କରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ସଂଘର ସମ୍ପାଦକ କୁଞ୍ଜ ବିହାରୀ ଶତପଥୀଙ୍କ ସମେତ ରବି ନାରାୟଣ ମିଶ୍ର, ବଇଁଶୀ ଧର ମହାପାତ୍ର,ଦେବବ୍ରତ ପ୍ରଧାନ, ଅସୀମ ପ୍ରହରାଜ, ହରିଶ୍ଚନ୍ଦ୍ର ମହାରଣା, ଚନ୍ଦ୍ର ଶେଖର ମିଶ୍ର,ଶିବ ପ୍ରସାଦ ତ୍ରିପାଠୀ, ବନମାଳୀ ବେହେରା, ସିଦ୍ଧେଶ୍ଵର ଦାଶ୍, ରମେଶ ଚନ୍ଦ୍ର ମହାନ୍ତି, ସତ୍ୟ ନାରାୟଣ ବେହେରା, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ଦୀପକ କୁମାର ରଥ,ସୁଧୀନ୍ଦ୍ର ସାହୁ, ଦିଲିପ ବାନାର୍ଜୀ,ନନ୍ଦିତା କୁମାରୀ, ନିହାରିକା ପାତ୍ର, ଜୟନ୍ତୀ ପାଣିଗ୍ରାହୀ, ନମିତା ସାହୁ, ବୀଣାପାଣି ପ୍ରଧାନଙ୍କ ସମେତ ବାରର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଏକ ଆଲୋଚନା ଚକ୍ର ସହ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ଓକିଲ ସଂଘ ସମ୍ପାଦକ ଶ୍ରୀ ଶତପଥୀ କହିଛନ୍ତି l

ad-week
Leave A Reply

Your email address will not be published.