ସ୍ୱାଭିମାନ ଅଂଚଳ ଘଞ୍ଚ ଜଙ୍ଗଲ ମଧ୍ୟରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ୭୮୦ କିଲୋ ଗଞ୍ଜେଇ ଜବତ…

add-all

ମାଲକାନଗିରି :ଗତକାଲି ତା ୨୭/୦୪ରିଖ ଶନିବାର ଦିନ ମାଲକାନଗିରି ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ବିମ୍ବାଧର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଉପ ଅଧିକ୍ଷକ ଶ୍ରୀ ଟଙ୍କଧର ଭୋଇ ଏବଂ ମାଲକାନଗିରି ରେଞ୍ଜ ଇନ୍ସପେକ୍ଟର ଶ୍ରୀ ସନ୍ତୋଷ କୁମାର ବଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶ୍ରୀ ଆଶେଶ କୁମାର ନାୟକ ସବ୍-ଇନ୍ସପେକ୍ଟର, ଜିଲ୍ଲା ମୋବାଇଲ୍ ୟୁନିଟ୍, ପେପର ମେଟଲା ଥାନା ଅନ୍ତର୍ଗତ ପୂଜାରିଗୁଡା ଗ୍ରାମର ପୂର୍ବ ପାର୍ଶ୍ୱ ଘଞ୍ଚ ପାହାଡ ଜଙ୍ଗଲ ଅଞ୍ଚଳରେ ଚଢ଼।ଉ କରି ୭୮୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛନ୍ତି। ପ୍ରକାଶ ଥାଉ କି ପୂଜାରିଗୁଡ଼ା ଗ୍ରାମର ଘଞ୍ଚ ଜଙ୍ଗଲ ରେ ବହୁ ପରିମାଣ ରେ ବେଇଆଇନ ଗଞ୍ଜେଇ ବାହାର ଜିଲ୍ଲା କୁ ଚାଲାଣ କରିବା ପାଇଁ ଗଚ୍ଛିତ ହୋଇ ରହିଥିବା ଏକ ବିଶ୍ଵସ୍ତ ସୂତ୍ର ରୁ ସୂଚନା ମିଳିଥିଲା। ଉକ୍ତ ଗଞ୍ଜେଇ କୁ ଜବତ କଲା ପରେ ଜିଲ୍ଲା ମୋବାଇଲ ୟୁନିଟ ମାଲକାନଗିରି ରେ ଏକ ଅଜ୍ଞାତ ବ୍ୟକ୍ତି ଙ୍କ ବିରୋଧରେ NDPS ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଆରମ୍ଭ କରାଯାଇଛି।ଉକ୍ତ ଚଢ଼ଉ ସମୟରେ ସବ୍ ଇନ୍ସପେକ୍ଟର ଅମିୟ କୁମାର ଖଞ୍ଜା,ରବୀନ୍ଦ୍ର କୁମାର ପ୍ରଧାନ,ଏ ଏସ ଆଇ ଜେମେସ ମାଲଖୋମ ସାହୁ,ପ୍ରଦୀପ କୁମାର ନାୟକ, କନେଷ୍ଟବଳ ଗୋବିନ୍ଦ ବେଞ୍ଜମୀ,ଜ୍ଞାନ ରଞ୍ଜନ ସାହୁ,ପାଣ୍ଡବ ଟୁଡୁ,ବିପୁଳ ଶେଖର ଯୋଦ୍ଦ।ର୍, ଜୁଲିସା,ଆନନ୍ଦ ପ୍ରଧାନ,ମୁରଲୀ ରଜକ,ସୁଜାତା କୁମାରୀ ହିଆଲ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.