ରକ୍ତ ଜୁଡୁବୁଡୁ ଅବସ୍ତାରେ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

add-all

ମାଲକାନଗିରି : ମାଲକାନଗିରି ଥାନା ଅନ୍ତର୍ଗତ ସିଙ୍ଗରାଜକୋଣ୍ଟା ଗ୍ରାମ ନିକଟରେ ଜଣେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର ହୋଇଛି । ମୃତ ମହିଳାଙ୍କ ନାମ ରିଙ୍କୁ ମଣ୍ଡଳ ଓ ତାଙ୍କ ଗ୍ରାମ ଏମଭି ୩୫ ବୋଲି ଜଣା ପଡିଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମଭି ୩୫ ଗ୍ରାମର ବିପ୍ଲବ ମଣ୍ଡଳ ଏବଂ ତାଙ୍କ ସ୍ତ୍ରୀ ରିଙ୍କୁ ମଣ୍ଡଳ ଗତକାଲି ନିଜ ଗ୍ରାମରୁ ମାଲକାନଗିରି ସଦରକୁ କୌଣସି ଏକ କାର୍ଯ୍ୟରେ ଆସିଥିଲେ । ତେବେ ସେଠାରେ ସେମାନେ ନିଜ କାର୍ଯ୍ୟ ସାରିବା ପରେ ରିଙ୍କୁ ତାଙ୍କ ମାଙ୍କୁ ଫୋନ କରି କହିଥିଲେ କି ସେ ନିଜ ନଣନ୍ଦଙ୍କ ଘରକୁ ଯାଉଛନ୍ତି । ଏହାପରେ ରିଙ୍କୁଙ୍କ ପକ୍ଷରୁ ଆଉ କୌଣସି ଫୋନ ଆସି ନଥିବା ବେଳେ ହଟାତ ଆଜି ମାଲକାନଗିରି ଥାନା ପୋଲିସ ପକ୍ଷରୁ ରିଙ୍କୁଙ୍କ ମାଙ୍କୁ ଫୋନ କରି ଅବଗତ କରଯାଇଥିଲା କି ତାଙ୍କ ଝିଅର ମୃତ ଦେହ ସିଙ୍ଗରାଜକୋଣ୍ଟା ଗ୍ରାମ ନିକଟରେ ଉଦ୍ଧାର ହୋଇଛି ସେମାନେ ଯଥା ଶୀଘ୍ର ସେଟାକୁ ଆସନ୍ତୁ । ଏହି ଖବର ପାଇଁ ରିଙ୍କୁଙ୍କ ମା ଓ ମାମୁ ସେଠାରେ ପହଞ୍ଚିବା ପରେ ରିଙ୍କୁର ରକ୍ତ ଜୁଡୁବୁଡୁ ମୃତ ଦେହ ଦେଖିବାକୁ ପାଇଥିଲେ । ଏନେଇ ମୃତ ରିଙ୍କୁର ମାମୁ ସଞ୍ଜୟ ବିଶ୍ବାସ ମାଲକାନଗିରି ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ମୃତ ଦେହ ଉଦ୍ଧାର କରି ଶବ ବ୍ୟବଛେଦ୍ଦ ପାଇଁ ପଠାଇଛନ୍ତି । ଏହା ସହ ଘଟଣାର ତଦନ୍ତ ଜାରି ରହିଥିବା ପ୍ରକାଶ କରିଛନ୍ତି ଥାନା ଅଧିକାରୀ ରିଗାନ କିଣ୍ଡୋ । ତେବେ ଘଟଣା ସ୍ଥଳର ପାରିପାର୍ଶ୍ଵିକ ସ୍ଥିତିରୁ ଏହା ଏକ ହତ୍ୟା କାଣ୍ଡ ହୋଇଥାଇ ପରେ ବୋଲି ସାଧାରଣରେ ଚର୍ଚା ହେଉଛି ।

ad-week
Leave A Reply

Your email address will not be published.