ଜିଲ୍ଲା ଅଦାଲତ ପରିସରରେ ଆଇନଜୀବୀ ଦିବସ ପାଳିତ

add-all

ମାଲକାନଗିରି :. ଆଇନିଦିବସ ଉପଲକ୍ଷେ ଓଡ଼ିଶାର ବରପୁତ୍ର, ସ୍ଵାଭିମାନୀ ପୁରୁଷ, ଓଡ଼ିଶାର ନିର୍ମାତା ବାରିଷ୍ଟର ମଧୁସୂଦନ ଦାସଙ୍କ ଜନ୍ମ ଦିବସ ସଂଘ୍ ର ସଭାପତି ପ୍ରିତିପଲ ସିଂଙ୍କ ପୌରହିତ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି। ଅଦାଲତ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେବାପରେ ଆଇନଜୀବୀ ସଭାକକ୍ଷରେ ଏହି ଉପଲକ୍ଷେ ଆୟୋଜିତ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ସଂଘର୍ ସର୍ବବରିଷ୍ଠ ଓକିଲ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଉକ୍ତ ସଭାରେ ମଧୁବାବୁଙ୍କ ଜୀବନୀ ଏବଂ ତାଙ୍କର କାର୍ଯ୍ୟକଳାପ ଉପରେ ଆଲୋଚନା ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଓକିଲ ଗୁପ୍ତ ପ୍ରସାଦ ମହାପାତ୍ର, ଭବାନୀ ଶଙ୍କର ମିଶ୍ର, ଗୋପାଳ କୃଷ୍ଣ ପଣ୍ଡା, ସସିଧର ମହାପାତ୍ର, ସୂର୍ୟ ନାରାୟଣ ବ୍ରହ୍ମା, ଆଶୋକ କୁମାର ପଟ୍ଟନାୟକ, ରାଜେଶ ପଟ୍ଟନାୟକ,ଲମ୍ବୋଦର ତୁରୁକ୍, ମନୋଜ ସାହୁ, ଭକ୍ତ ବଣିକ, ତୋଫାନ ପାଣିଗ୍ରାହୀ, ତାପସ ନାଥ, ସାଗର ପାଣିଗ୍ରାହୀ ପ୍ରମୁଖ ଙ୍କ ସହ ଅନ୍ୟ ଆଇନଜୀବୀ ଓ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.