କାରରୁ ଜବତ ହେଲା ୩୮୮ ଲିଟର ମଦ ସହ ୩୦ ହଜାର ନଗଦ ଟଙ୍କା, ୨ ଗିରଫ

କଳାହାଣ୍ଡି: ଅବାଧ ନିରପେକ୍ଷ ନିର୍ବାଚନ କରିବା ପାଇଁ ଜିଲ୍ଲା ପ୍ରଶାସନର ଜୋରଦାର ଚେଷ୍ଟା ଜାରି ରହିଛି। ଏଥିପାଇଁ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ନାକା ଲଗାଇ ଗାଡିମୋଟର ଯାଞ୍ଚ କରାଯାଉଛି। ଏହି ପରିପେକ୍ଷୀରେ ରବିବାର ଫ୍ଲାଇଙ୍ଗ ସ୍ପାଡ୍ ପକ୍ଷରୁ ଭବାନୀପାଟଣା ହିଲ ଟାଉନ ପାଖରେ ଗାଡିମୋଟର ଯାଞ୍ଚ କରାଯାଉଥିବା ସମୟରେ ଜବତ ହୋଇଛି ମଦ ସହ ନଗଦ ଟଙ୍କା।

ଏକ କାରରୁ ୩୮୮.୮୦୦ ଲିଟର ବିଭିନ୍ନ ପ୍ରକାର ବିଦେଶୀ ମଦ, ନଗଦ ୩୦ ହଜାର ୫୫୦ ଟଙ୍କା ଜବତ କରାଯାଇଛି। ଏହି ଟଙ୍କା ସମ୍ପର୍କରେ ଗାଡ଼ି ଚାଳକ ସଠିକ୍ ତଥ୍ୟ ନଦେଇଥିବାରୁ ଗାଡି ଚାଳକ ଏବଂ ସାଙ୍ଗରେ ଥିବା ଅନ୍ୟଜଣଙ୍କୁ ଗିରଫ କରାଯାଇଛି। ଏଥିରେ ସମ୍ପୃକ୍ତ ଥିବା ୨ ଜଣଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଏ ନେଇ ଭବାନୀପାଟଣା ଟାଉନ ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

ad-week
Leave A Reply

Your email address will not be published.