ମୋଦି ବିରୋଧୀ ଆବେଦନକୁ ଖାରଜ କଲେ ହାଇକୋର୍ଟ

add-all

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ହୋଇଥିବା ଆବେଦନକୁ ଖାରଜ କଲେ ହାଇକୋର୍ଟ। ନିର୍ବାଚନର ଆଚରଣ ବିଧି ଉଲ୍ଲଙ୍ଘନ କରି ଭଗବାନ ଓ ଧାର୍ମିକ ସ୍ଥାନ ନାଁରେ ଭୋଟ୍‌ ମାଗୁଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏଥିପାଇଁ ୬ ବର୍ଷ ପାଇଁ ତାଙ୍କୁ ନିର୍ବାଚନରୁ ବ୍ୟାନ୍‌ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରାଯାଇଥିଲା। ଏହାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଆଜି ଏହି ଆବେଦନକୁ ଖାରଜ କରିଦେଇଛନ୍ତି।

ଆବେଦନକାରୀଙ୍କ କହିବାକୁ ମାତାବକ ଏପ୍ରିଲ ୯ ତାରିଖରେ ଉତ୍ତରପ୍ରଦେଶର ପିଲଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ଏଠାରେ ସେ ନିଜ ଭାଷଣରେ ଭେଟର୍‌ଙ୍କୁ ହିନ୍ଦୁ ଦେବାଦେବୀ ଓ ହିନ୍ଦୁ ପୂଜା ସ୍ଥାଳ ସମେତ ସିଖ ଦେବାଦେବୀ ଏବଂ ପୂଜା ସ୍ଥଳ ନାଁରେ ବିଜେପିକୁ ଭୋଟ ଦେବା ପାଇଁ ଅପିଲ କରିଥିଲେ। ଏହାକୁ ବିରୋଧ କରି ଆଇନଜୀବୀ ଆନନ୍ଦ ଏସ୍‌ ଜାନ୍ଦେଲ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ କରିଥିଲେ।

ଜଷ୍ଟିସ ସଚିନ ଦତ୍ତାଙ୍କ ଖଣ୍ଡପୀଠ ଏହି ମାମଲାର ଆଜି ଶୁଣାଣି କରି ଏହି ଆବେଦନକୁ ଯୋଗ୍ୟତା ବିହୀନ ବୋଲି କହିଛନ୍ତି। ପୂର୍ବରୁ ହିଁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରାଯାଇଛି ବୋଲି ଆବେଦନକାରୀ ପୂର୍ବରୁ ଅନୁମାନ କରିସାରିଛନ୍ତି। ଏହା ସମ୍ପୂର୍ଣ୍ଣ ଅଯଥା। ଆମେ ନିର୍ବାଚନ ଆୟୋଗକୁ କିଭଳି କାମ କରିବେ ତାହା ନିର୍ଦ୍ଦେଶ ଦେଇ ପାରିବୁ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।

ସେପଟେ ନିର୍ବାଚନ ଆୟୋଗଙ୍କ ତରଫରୁ ହାଜର ହୋଇଥିବା ଓକିଲ ସିଦ୍ଧାନ୍ତ କୁମାର କହିଛନ୍ତି, ପ୍ରତିଦିନ ନିର୍ବାଚନ ଆୟୋଗଙ୍କ ନିକଟରୁ ଏଭଳି ଅଭିଯୋଗ ଆସୁଛି। ତେଣୁ ଆଇନ୍‌ ଅନୁସାରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ad-week
Leave A Reply

Your email address will not be published.