ଅଗ୍ନିକାଣ୍ଡରେ ଚାରି ପରିବାର ସର୍ବସ୍ୱାନ୍ତ

add-all


ବେଲଗୁଣ୍ଠା : ବେଲଗୁଣ୍ଠା ବ୍ଳକ ଇଙ୍ଗିନାଠି ପଞ୍ଚାୟତର ସାରିଆ ପଲ୍ଲୀ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୪ ପରିବାର ସର୍ବସ୍ବାନ୍ତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ,ଆଜି ଦିନ ଦୁଇଟା ବେଳେ ସାରିଆପଲ୍ଲୀ ବଡ଼ଦାଣ୍ଡ ସାହିର ବିଦ୍ୟାଧର ଲେଙ୍କାଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ତାଙ୍କ ଘରୁ ନିଆଁ ବ୍ୟାପି ପଡୋଶୀ ଘର ଅଭିରାମ ରାଉତ, ହରିହର ରାଉତ,ଶାନ୍ତିଲତା ରାଉତ ଙ୍କ ଘରେ ନିଆଁ ଲାଗି ସମସ୍ତ ପରିବାରର ଦୁଇ ବଖରା ଲେଖାଏଁ ଜଳି ଯାଇଥିଲା ।ଫଳରେ ଚାରି ପରିବାର ଏହି ବର୍ଷ ଅମଳ କରିଥିବା ଧାନ, ଚାଉଳ ଓ ମୁଗ ସହିତ ବିଭିନ୍ନ ଆସବାବପତ୍ର ଏବଂ ଲୁଗାପଟା ଜଳିପୋଡି ପାଉଁଶ ହୋଇଯାଇଥିଛି ।ଖବର ପାଇ ଭଞ୍ଜନଗର ରୁ ଦୁଇଟି ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡି ନ ଥିଲେ ମଧ୍ୟ,ଚାରି ପରିବାର ଚାଷୀ ପରିବାରର ହୋଇଥିବା ଯୋଗୁଁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ad-week
Leave A Reply

Your email address will not be published.