ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାର୍ଥୀପତ୍ର ଦାଖଲ….

add-all

ଛତ୍ରପୁର, ୩୦ / ୪ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବିଜେଡି ସୁପ୍ରିମୋଙ୍କ ପ୍ରାର୍ଥିପତ୍ର ଦାଖଲ ବେଳେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସମେତ ବିଜେଡିର ବହୁ ନେତା ଓ ବିଭିନ୍ନ ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ଉପସ୍ଥିତ ଥିଲେ । ଷଷ୍ଠ ଥର ପାଇଁ ହିଞ୍ଜିଳିରୁ ନିର୍ବାଚନ ଲଢୁଛନ୍ତି ନବୀନ ପଟ୍ଟନାୟକ। ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା’ ତାରାତାରିଣୀ ପୀଠ ପରିଦର୍ଶନ କରିଥିଲେ । ମା’ଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ ମୁଖ୍ୟମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ତାରାତାରିଣୀ ପୀଠ ନିକଟରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ । ସେଠାରୁ ସେ ସିଧାସଳଖ ମା’ ତାରାତାରିଣୀଙ୍କ ମନ୍ଦିର ଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଥିଲେ । ତାରାତାରିଣୀ ପୀଠରୁ ମୁଖ୍ୟମନ୍ତ୍ରୀ ସିଧାସଳଖ ହେଲିକପ୍ଟର ମାଧ୍ୟମରେ ଅନସ୍ଲୋ ପଢ଼ିଆ ଠାରେ ଅବତରଣ କରିଥିଲେ ଏବଂ ପୋଲିସ ପ୍ରୋଟକୋଲ ମଧ୍ୟରେ ସର୍କିଟ ହାଉସ ଠାରେ କିଛି ସମୟ ବିତିବା ପରେ ନାମାଙ୍କନ ଦାଖଲ ପାଇଁ ବାହାରିଥିଲେ । ସପ୍ତାହକ ମଧ୍ୟରେ ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ଥର ପାଇଁ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଛନ୍ତି । ପୂର୍ବରୁ ସେ ଏପ୍ରିଲ ୨୪ରେ ହିଞ୍ଜିଳି ଆସି ଏକ ସାଧାରଣ ସଭାରେ ଯୋଗଦେବା ସହ ବିଜେଡିର ନିର୍ବାଚନ ପ୍ରଚାର ଅନୁକୂଳ କରିଥିଲେ। ପରେ ସେ ଶେରଗଡରେ ମଧ୍ୟ ଏକ ଜନସଭାକୁ ସମ୍ବୋଧନ କରିଥିଲେ।

ad-week
Leave A Reply

Your email address will not be published.