
ଫୁଲବାଣୀ : ଆଇନସେବା ପ୍ରାଧିକରଣ , ଫୁଲବାଣୀର ଅଧ୍ୟକ୍ଷ ଶ୍ରୀ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ, ସାଧନ ଅନୁଷ୍ଠାନ, ଫୁଲବାଣୀ ପରିସରରେ ଥିବା ସଭା ଗୃହରେ ଆନ୍ତର୍ଜାତୀୟ ଶ୍ରମ ଦିବସ ଉପଲକ୍ଷେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି।
ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ଅନୁଶିଲା ରୟ, ସଚିବ, ଜିଲ୍ଲା ଆଇନସେବା ପ୍ରାକରଣ, ଫୁଲବାଣୀ, ଶ୍ରୀମତୀ ଜୟନ୍ତୀ ପାଣିଗ୍ରାହୀ, ଆଇନଜୀବୀ ତଥା ଚିଫ ଲିଗାଲ ଏଡ ଡିଫେନ୍ସ କାଉନନ୍ସେଲ , ଫୁଲବାଣୀ, ସାଧନ ଶ୍ରୀମତୀ ନନ୍ଦିତା କୁମାରୀ, ଆଇନଜୀବୀ, ଏସ ପାଉଲ ରାଜ, ସମ୍ପାଦକ, ଧନ ଏବଂ ଶିବା ମେଥୁ ସଦସ୍ୟ ସମ୍ପାଦକ, ସାଧନ ପ୍ରମୁଖ ଉପସ୍ଥିତ ରହି ଶ୍ରମ ଆଇନ ଓ ଏହାର ବିଭିନ୍ନ ପ୍ରକାର ଉପକାରିତାର ବିସ୍ତୃତ ବିବରଣୀ ଆଲୋକପାତ କରାଯାଇ ଉକ୍ତ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ସହିତ ଆଲୋଚନା କରିବା ସହ ଏହାର ସଫଳ ରୂପାୟନ କରିବା ଦିଗରେ ମାର୍ଗ ଦର୍ଶନ କରଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ଅନୁଶିଲା ରୟ, ସଚିବ, ଜିଲ୍ଲା ଆଇନସେବା ପ୍ରାଧିକରଣ , ଫୁଲବାଣୀ ପରିଚାଳନା କରିଥିଲେ l ସର୍ବଶେଷରେ ସାଧନ ଅନୁଷ୍ଠାନର ସଦସ୍ୟ ସମ୍ପାଦକ ଶିବା ମାଥ୍ୟୁ ଧନ୍ୟବାଦ ଅର୍ପଣ କରିଥିଲେ ।