ଆସନ୍ତା ମେ ୬ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ରହ୍ମପୁର ଗସ୍ତ

add-all

ବ୍ରହ୍ମପୁର : ୨୦୨୪ ରୁ୨୯ ପର୍ଯ୍ୟନ୍ତ ରହିଥିବା ବିକାଶ ଯୋଜନା ଉପରେ ଆଲୋକପାତ କରିବେ ପ୍ରଧାନମନ୍ତ୍ରୀ। ୨୦୨୪ ନିର୍ବାଚନ ପ୍ରଚାର କରିବା ପାଇଁ ଆସିବେ ମୋଦି। ଜନ ସମାବେଶ ରେ ଯୋଗଦେବା ସହିତ ଜନ ସାଧାରଣ ଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।ମୋଦି ଙ୍କ ଆଗମନରେ ଜିଲ୍ଲାର ଉନ୍ନତି ହୋଇପାରିବବୋଲି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଡ଼ଃ. ପ୍ରଦୀପ ପାଣିଗ୍ରାହୀ କହିଛନ୍ତି।ପୋର୍ଟ, ଆଇଜର ଥେରୁବାଲି ପ୍ରକଳ୍ପ ବିକାଶ ,ସହିତ ଗଞ୍ଜାମ ସ୍ୱାସ୍ଥ୍ୟ ସେବା ଉନ୍ନତି, ଯୁବକ ଯୁବତୀ ଙ୍କୁ ରୋଜଗାର କ୍ଷମ କରିବା,ଶିଳ୍ପ ର ବିକାଶ ହୋଇପାରିବ ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଏହି ସମାବେଶ ରେ ୧୪ ଟିବିଧାନସଭା ନିର୍ବାଚନ ମଣ୍ଡଳି ଦୁଇଟି ସଂସଦୀୟ କ୍ଷେତ୍ରର କର୍ମକର୍ତ୍ତା ସହିତ ଲକ୍ଷାଧିକ ଜନସାଧାରଣ ଙ୍କ ସମାବେଶ ହେବ ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି।ଏହି ଅବସରରେ ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ କେ. ଅନୀଲ କୁମାର, ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ଡ଼ଃ. ସିଦ୍ଧାନ୍ତ ମହାପାତ୍ର, ବରିଷ୍ଠ ନେତା ପୀତବାସ ପଣ୍ଡା, ମିଡ଼ିଆ ସେଲ ସଂଯୋଜକ ସୁନୀଲ ସାହୁ ,ପ୍ରଭାତ କିରଣ ଷଡଙ୍ଗୀ ଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.