ସ୍ୱାତୀ ଲକ୍ଷ୍ୟଭେଦୀ ପ୍ରକଳ୍ପ ତରଫରୁ ଆନ୍ତର୍ଜାତୀୟ ଶ୍ରମ ଦିବସ ପାଳିତ

add-all

ଫୁଲବାଣୀ : ସ୍ୱାତୀ ଅନୁଷ୍ଠାନ ଦ୍ଵାରା ଓଡିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ସହାୟତାରେ ଚାଲିଥିବା ଲକ୍ଷ୍ୟଭେଦୀ ପ୍ରକଳ୍ପ ତରଫରୁ ମଇ ୧ ତାରିଖ ଆନ୍ତର୍ଜାତୀୟ ଶ୍ରମ ଦିବସ ଫିରିଙ୍ଗିଆ ଓ ଚକାପାଦ ବ୍ଲକ୍ ଅଂଚଳରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଫିରିଙ୍ଗିଆ ବ୍ଳକ୍ ଭୃଙ୍ଗିଯୋଡି ପଂଚାୟତ ଗୃହ ଠାରେ ଆୟୋଜିତ ଏକ ବୈଠକରେ ମୂଖ୍ୟ ଅତିଥିଭାବେ ସମାଜିକ କର୍ମୀ ମୃତ୍ୟୁଞ୍ଜୟ ବେହେରା ଓ ସ୍ୱାତୀ ପ୍ରକଳ୍ପ ସଂଯୋଜକ ବିଶ୍ଵରଞ୍ଜନ ଞ୍ଜନ କର ଯୋଗ ଦେଇ ଆନ୍ତର୍ଜାତୀୟ ଶ୍ରମ ଦିବସର ବିଶେଷତ୍ଵ ଏବଂ ମନରେଗା ଆଦି ଗ୍ରାମସ୍ତରରେ ଚାଲୁଥୁବା ବିଭିନ୍ନ ଶ୍ରମଭିତିକ ଯୋଜନା ଗୁଡିକରେ ଶ୍ରମିକ ମାନଙ୍କ ପାଇଁ ରହିଥୁବା ସୁବିଧା ସୁଯୋଗ ବିଷୟରେ ଆଲୋକପାତ କରିଥିଲେ । ଭୃଙ୍ଗୀଯୋଡି ଅଂଚଳର ଜଣାଶୁଣା ସାମାଜିକ ଓ ରାଜନୈତିକ କର୍ମୀ ଦିଶିଆ କହଁର ପଂଚାୟତ ସ୍ତରରେ ରହିଥିବା ଶ୍ରମିକ କଲ୍ୟାଣ ଯୋଜନା ଗୁଡିକ ସଂପର୍କରେ ମତ ଉପସ୍ଥାପନ କରିଥିଲେ । ନାଏବ ସରପଂଚ ବୈଠକରେ ଅଧ୍ଯକ୍ଷତା କରିବା ସହ ସ୍ବାତୀ କର୍ମୀ । ସ୍ନେହଲତା ନାୟକ, ସୀତା ରଣା ପ୍ରମୁଖ ସଭା ପରିଚାଳନା କରିଥିଲେ । ସେହିପରି ଚକାପାଦ ବ୍ଲକ୍ ବିପଲମେଣ୍ଡି ଠାରେ ଆୟୋଜିତ ଅନ୍ୟ ଏକ ସଭାରେ ମୁଖ୍ୟ ଅତିଥି ଭାବେ ସରପଂଚ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସ୍ବାତୀ କାର୍ଯ୍ୟକ୍ରମ ପରିଚାଳକ ପ୍ରଦୀପ ସାଇଁ ଯୋଗ ଦେଇ ଆନ୍ତର୍ଜାତୀୟ ଶ୍ରମ ଦିବସର ଗୁରୁତ୍ବ, ଶ୍ରମିକ ମାନଙ୍କର ଅଧିକାର, ବିଭିନ୍ନ ଶ୍ରମ ଭିତିକ ଯୋଜନା ଗୁଡିକରେ ରହିଥୁବା ସୁବିଧା ସୁଯୋଗ ଗୁଡିକ ବିଷୟରେ ଆଲୋଚନା କରିଥିଲେ । ଗ୍ରାମବାସୀ ମାନଙ୍କୁ ମାନଙ୍କୁ ଦିଆଯାଉଥିବା ଜବ୍ କାର୍ଡ, ଲେବର୍ କାର୍ଡ, ଜଙ୍ଗଲ ଜମି ଅଧୁକାର ପ୍ରମାଣ ପତ୍ରରେ ରହିଥିବା ସୁବିଧା ଗୁଡିକ ସଂପର୍କରେ ମତ ଦେଇଥିଲେ । ସେହିପରି ବାହାର ରାଜ୍ୟକୁ କାମ ଖଟି ଯାଉଥୁବା ଲୋକମାନେ ପଂଚାୟତ ବା ଶ୍ରମ ଅଫିସରେ ପଂଜିକୃତ ହେଲେ ହେଲେ କି କିପରି ସୁବିଧା ସୁଯୋଗ ପାଇବେ ସେ ସଂପର୍କରେ ବକ୍ତା ମାନେ ଲୋକ ମାନଙ୍କୁ ବୁଝାଇଥିଲେ । ସାତୀର ପ୍ରକଳ୍ପ ସଂଯୋଜକ ବିଶ୍ଵରଞ୍ଜନ କର ସଭା ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.