ଫୁଲବାଣୀ ମା ନାରାୟଣୀ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

add-all

ଫୁଲବାଣୀ : ଚଳିତ ମାସ ୧୦ ତାରିଖରୁ ଆସନ୍ତା ମାସ ୧୧ ତାରିଖ ପର୍ଯ୍ୟନ୍ତ ମା’ ନାରାୟଣୀ ଯାତ୍ରା ଅନୁଷ୍ଠିତ ହେବ । ଏହି ମା’ଙ୍କ ଯାତ୍ରାକୁ ସୁଚାରୁ ରୂପେ ପାଳନ କରିବା ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ, ଯାତ୍ରା କମିଟି ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ଶ୍ରୀ ରତ୍ନାକର ସାହୁଙ୍କ ଅଧ୍ୟକ୍ଷତାରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଆଲୋଚନାରୁ ଜଣାପଡ଼ିଛି ଯେ, ଚଳିତ ବର୍ଷ ଯାତ୍ରାର ସୁପରିଚାଳନା ପାଇଁ ସର୍ବସମ୍ମତିକ୍ରମେ କମିଟି ଗଠନ କରିବା ସହିତ ଦାୟିତ୍ଵ ହସ୍ତାନ୍ତର କରାଯାଇଥିଲା। ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ପାଇଁ ଅସ୍ଥାୟୀ ସେଡ୍ ନିର୍ମାଣ କରାଯିବ। ଫୁଡ୍ ଇନ୍ସପେକ୍ଟରଙ୍କ ଦ୍ୱାରା ଖାଦ୍ୟ ଓ ଟିଫିନ୍ ଷ୍ଟଲ୍ ଗୁଡ଼ିକୁ ଯାଞ୍ଚ କରାଯିବ । ଯାତ୍ରା ପଡ଼ିଆକୁ ଆଲୋକ ଏବଂ ପାଣି ବ୍ୟବସ୍ଥା କରାଯିବା ସ‌ହିତ ନିରବଛନ୍ନ ବିଜୁଳି ଯୋଗାଣ କରାଯିବ। ଫୁଲବାଣୀ ସହରର ସମସ୍ତ ରାସ୍ତା ମରାମତି କରିବା ସହିତ ଆଇନଶୃଙ୍ଖଳା ରକ୍ଷା ତଥା ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରାଯିବ। ସହରରେ ଠାକୁରାଣୀଙ୍କ ପରିଦର୍ଶନ ପାଇଁ ତାରିଖ ନିର୍ଦ୍ଧାରଣ କରାଯିବା ସହିତ ବାଣ ଫୁଟାଇବାର ବ୍ୟବସ୍ଥା କରାଯିବ। ସେହିପରି, ପରିମଳ ବ୍ୟବସ୍ଥା, ଗାଡ଼ି ପାର୍ଜି ସ୍ଥାନ, ସାଂସ୍କୃତିକ କାର୍ଯ୍ୟକ୍ରମ, ମଦ ଓ ନିଶା ଦ୍ରବ୍ୟର ନିୟନ୍ତ୍ରଣ ଓ ନିୟମ, ପ୍ରାଥମିକ ଚିକିତ୍ସା କେନ୍ଦ୍ର, ନିୟନ୍ତ୍ରଣ କକ୍ଷ, ବଜାର ଦର ନିୟନ୍ତ୍ରଣ, ପାଣ୍ଠି ସଂଗ୍ରହ ଏବଂ ସ୍ଵେଚ୍ଛାସେବୀମାନଙ୍କ ପାଇଁ ପରିଚୟ ପତ୍ର ପ୍ରଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା।ଉକ୍ତ ବୈଠକରେ ସମସ୍ତ ବିଭାଗୀୟ ସରକାରୀ ଅଧିକାରୀ, ମା’ ନାରାୟଣୀ ଯାତ୍ରା କମିଟି, ଫୁଲବାଣୀର ସଭାପତି ପି ସୁଧାଂଶୁ ସେନାପତି, ସମ୍ପାଦକ ଦୂର୍ଗା ପ୍ରସାଦ ତ୍ରିପାଠୀ ଏବଂ ସମସ୍ତ ସଭ୍ୟ ସଭ୍ୟା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ad-week
Leave A Reply

Your email address will not be published.