ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ପ୍ରାଣୀବିଜ୍ଞାନ ବିଭାଗର ଦିନିକିଆ ପାଠଚକ୍ର

youtube

ଛତ୍ରପୁର : ଛତ୍ରପୁର ର ଅଗ୍ରଣୀ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନ ବିଭାଗ ଓ ଆକ୍ୟୁଏସିର ମିଳିତ ଆନୁକୂଲ୍ୟରେ ଏକ ପ୍ରାଣୀବିଜ୍ଞାନ ପାଠଚକ୍ର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପାଠଚକ୍ରରେ ଆର ସି ଏମ ବିଜ୍ଞାନ ମହାବିଦ୍ୟାଳୟ, ଖଲ୍ଲିକୋଟର ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ଡଃ ପ୍ରଦୀପ କୁମାର ବେହେରା ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ” ବନ୍ୟ ଜନ୍ତୁମାନଙ୍କର ପରିବେଶ ଉପରେ ପ୍ରଭାବ ” ବିଷୟବସ୍ତୁ ସମ୍ବନ୍ଧରେ ବିସ୍ତୃତରୂପେ ଆଲୋଚନା କରିବା ସହ ଛାତ୍ରଛାତ୍ରୀମାନଙ୍କର ମଧ୍ୟରେ ଏ ସମ୍ପର୍କରେ ଥିବା ବିଭିନ୍ନ ସନ୍ଦେହ ମୋଚନ କରିଥିଲେ | ପ୍ରାଣୀ ବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପିକା ଡଃ ଶୁଚିସ୍ମିତା ବେହେରା କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ | ମହାବିଦ୍ୟାଳୟର ଆଇକ୍ୟୁଏସି କୋର୍ଡିନେଟର୍ ଡଃ ଲକ୍ଷ୍ମୀନାରାୟଣ ସାହୁ ଏବଂ ପ୍ରଶାସନିକ ଅଧିକାରୀ ଡଃ ପିଙ୍କି ରାଣୀ ଦେଇ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ | ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀ ନିଜ ବକ୍ତବ୍ୟରେ ପାଠଚକ୍ରର ଆବଶ୍ୟକତା ଓ ଉଦ୍ଦେଶ୍ୟମୂଳକ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ପ୍ରାଣୀବିଜ୍ଞାନ ବିଭାଗର ମୁଖ୍ୟ ଶ୍ରୀମତୀ ରାଜବାଳା ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିବା ସହ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଏହାକୁ ସାଫଲ୍ୟ ମଣ୍ଡିତ କରିବାରେ ନିଜର ସକ୍ରୀୟ ସହଯୋଗ ପ୍ରଦାନ କରିଥିଲେ ।।

Leave A Reply

Your email address will not be published.