କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ

add-all

ଭୁବନେଶ୍ବର: ଟିକେଟ ଆଶାରେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ। ଯାଜପୁର ଜିଲ୍ଲା ବରୀ ଆସନରୁ ବିଜେପି ଟିକେଟ୍ ନ ଦେବାରୁ ଅସନ୍ତୁଷ୍ଟ ହୋଇ ସେ ଦଳରୁ ଇସ୍ତଫା ଦେଇଥିଲେ। ଏବେ କଂଗ୍ରେସରେ ଯୋଗ ଦେଇଛନ୍ତି । ଏବେ ‘ହାତ’ ଧରିଛନ୍ତି ଦେବାଶିଷ ନାୟକ। ଶୁକ୍ରବାର ଦେବାଶିଷ ନାୟକ ବରୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିଲେ କିନ୍ତୁ ଏବେ କଂଗ୍ରେସରେ ଯୋଗ ଦେଇଛନ୍ତ ଦେବାଶିଷ।
ଆଜି କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଦେବାଶିଷ ନାୟକ ରାଜ୍ୟ ପ୍ରଭାରୀ ଡକ୍ଟର ଅଜୟ କୁମାର ଓ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ୨ ମାସ ୯ ଦିନ ପରେ ବିଜେପି ଛାଡ଼ି ସେ କଂଗ୍ରେସରେ ମିଶିଥିବା ଜଣାଯାଇଛି।

ad-week
Leave A Reply

Your email address will not be published.