ଭଡ଼ା ଘରୁ ମିଳିଲା ଯୁବତୀଙ୍କ ମୃତଦେହ; ହତ୍ୟା ଅଭିଯୋଗ

add-all

ଭୁବନେଶ୍ବର : ଭଡ଼ା ଘରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱରରେ। ମୃତ ଯୁବତୀଙ୍କ ନାଁ ବିଷ୍ଣୁପ୍ରିୟା ରାଉତ। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଭୁବନେଶ୍ୱରର ଭରତପୁର ଥାନା ଅଧୀନ ଏକ ବସ୍ତିରେ ଘର ଘଡ଼ା ନେଇ ବିଷ୍ଣୁପ୍ରିୟା ଓ ତାଙ୍କ ସାଙ୍ଗ ରହୁଥିଲେ। ତେବେ ଭଡ଼ାଘରୁ ବିଷ୍ଣୁପ୍ରିୟାଙ୍କ ଝୁଲନ୍ତା ମୃତଦେହ ମିଳିଥିବା ବେଳେ ଅନ୍ୟ ଯୁବତୀ ଜଣଙ୍କ ଫେରାର ହୋଇଯାଇଛନ୍ତି। ବିଷ୍ଣୁପ୍ରିୟାଙ୍କ ସହ ରହୁଥିବା ଯୁବତୀ ଫେରାର ହୋଇଥିବାରୁ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।
ସାଇଣ୍ଟିଫିକ ଟିମ୍‌ ଘଟଣାର ତଦନ୍ତ କରୁଛି। କିନ୍ତୁ ହତ୍ୟା ଘଟଣାକୁ ଖଣ୍ଡନ କରିଛି ଭରତପୁର ଥାନା ପୁଲିସ। ଏହା ଆତ୍ମହତ୍ୟା ବୋଲି ଭରତପୁର ଆଇଆଇସି ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.