ସାମ୍ବାଦିକ ସାମାଜସେବୀ ତଥା ଆଇନଜୀବୀ ଅଶୋକ ପରିଡା ଉତ୍କଳ ହସ୍ପିଟାଲକୁ ସ୍ଥାନାନ୍ତର

add-all

ଫୁଲବାଣୀ : ସମ ହସପିଟାଲରେ ଚିକିତ୍ସିତ ହେଉଥିବା କନ୍ଧମାଳର ଗଣମାଧ୍ୟମ ପ୍ରତିନିଧି , ଆଇନଜୀବୀ ତଥା ସମାଜସେବୀ ଅଶୋକ ପରିଡାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ଆସିବାରୁ ଭୁବନେଶ୍ୱର ଉତ୍କଳ ହସପିଟାଲକୁ ସ୍ତାନାନ୍ତର କରାଯାଇଛି । ନିମୋନିଆ, ଖାଦ୍ୟ ନଳୀ ଓ ଶ୍ୱାସ ନଳୀ ଜନିତ ସଂକ୍ରମଣ ଯୋଗୁଁ ଦୀର୍ଘ ୧୧ଦିନ ଧରି ସମ ହସପିଟାଲରେ ଚିକିତ୍ସିତ ହେଉଛନ୍ତି।ପୂର୍ବରୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଭେଷଜ ବିଭାଗରେ ଏକ ସପ୍ତାହ ଧରି ଚିକିତ୍ସିତ ହୋଇଥିଲେ।ବର୍ତ୍ତମାନ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।ଲହର କାଶ ପ୍ରାୟ ୫୦%କମିଥିବା ବେଳେ ଗତ ଚାରି ଦିନ ଧରି ମେଡ଼ିକାଲ ରେ ଶୋଇ ପାରି ନାହାନ୍ତି।ଶୋଇଲେ କାଶ ଅଧିକ ହେବା ସହ ନୂଆ ଭାବେ 3 ଦିନ ହେବ ହାକୁଟି ବାହାରିଛି।ଗ୍ୟାସ ଷ୍ଟିକ ବହୁ ଭାଗରେ ବୃଦ୍ଧି ପାଇଛି।ଆଗରୁ ଡାଇବେଟିସ ନଥିବା ବେଳେ ହଠାତ ୩୦୦କୁ ବୃଦ୍ଧି ପାଇଛି। ଏଥି ସହିତ ତାଙ୍କର ଶୁଭ ଚିନ୍ତକ ମାନେ ଯଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ ସମ୍ପାଦକ ବିରେନ୍ଦ୍ର ସୁବୁଦ୍ଧି ଜିଲ୍ଲା ମିଡିଆ ଫୋରମ ସଭାପତି ସନ୍ତୋଷ ଦିଗାଲ ସମ୍ପାଦକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ଡଃ ଅରୂପ ଜେନାଙ୍କ ସମେତ ଆଇନଜିବୀ ଓ ସାମ୍ବାଦିକ ମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରଥିବା ଜଣା ପଡିଛି l

ad-week
Leave A Reply

Your email address will not be published.