ବୀରମହାରାଜପୁରରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର

ସୋନପୁର: ବୀରମହାରାଜପୁରରେ ଭିକେ ପାଣ୍ଡିଆନଙ୍କ ପ୍ରଚାର । ଲୋକଙ୍କ ମୁହଁରେ ହସ ଫୁଟିଲେ ମୁଖ୍ୟମନ୍ତ୍ରୀ ଖୁସି ହୁଅନ୍ତି ବୋଲି କହିଛନ୍ତି ପାଣ୍ଡିଆନ୍ । ବିରୋଧିଙ୍କୁ ସିଧାସଳଖ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି ଯେ, ବିରୋଧୀଙ୍କର କଥା ବେଶି, କାମ କମ୍ । ସେମାନେ କେବଳ ଭୋଟ୍ ପାଇଁ ଆସନ୍ତି, କାମ ପାଇଁ ନୁହେଁ । ୫ ବର୍ଷରେ ଥରେ ଆସିବେ, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ କରିବୁ, ଘୋଡ଼ା ଦେବୁ ହାତୀ ଦେବୁ ବୋଲି କହିବେ, ହେଲେ ଭୋଟ ସରିଲେ ସବୁ ଭୁଲିଯିବେ ବୋଲି କହିଛନ୍ତି ପାଣ୍ଡିଆନ୍ ।

ବିରୋଧୀ ନେତାଙ୍କୁ ପଲିଟିକାଲ ଟୁରିଷ୍ଟ୍ କହି ନିର୍ବାଚନ ପରେ ସେମାନଙ୍କ ଦର୍ଶନ ମିଳିବ ନାହିଁ ବୋଲି କହିଛନ୍ତି ପାଣ୍ଡିଆନ। କେବଳ ଏତିକି ନୁହେଁ, ନୂଆ ରୋଜଗାର ସୃଷ୍ଟି ନେଇ ୨୦୧୪ରେ ପ୍ରତିଶୃତି ଦେଇଥିଲା ବିଜେପି । ଏହା ସହିତ ୧୦ ବର୍ଷ ତଳେ ଧାନର ଏମଏସପି ବୃଦ୍ଧି ନେଇ ମଧ୍ୟ ବିଜେପି ପ୍ରତିଶୃତି ଦେଇଥିଲା । କୁଆଡେ ଗଲା ସେ ପ୍ରତିଶୃତି ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ ।

ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି ଯେ, ବହୁତ ଦଳ ଆସିବେ, ଅନେକ ପ୍ରତିଶ୍ରୁତି ଦେବେ କିନ୍ତୁ ନିର୍ବାଚନ ପରେ ସେମାନଙ୍କର ଦେଖା ମିଳିବ ନାହିଁ। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟ ଦେବୁ, ଏଇଟା କରିବୁ ସେଇଟା କରିବୁ କହିବେ କିନ୍ତୁ କିଛି କରିବେ ନାହିଁ । ଅନ୍ୟ ଯେଉଁମାନେ ଆସିବେ ସେମାନେ ବିକାଶ କାମରେ ବ୍ରେକ୍ ଲଗାଇବେ ବୋଲି କହିଛନ୍ତି ପାଣ୍ଡିଆନ।

ad-week
Leave A Reply

Your email address will not be published.