ଟିଟିଲାଗଡ଼ ୪୫ ଡ଼ିଗ୍ରି ତାପମାତ୍ରା ସହ ରାଜ୍ୟର ଉତ୍ତପ୍ତ ସହର

add-all

ଭୁବନେଶ୍ବର: ଗ୍ରୀଷ୍ମ ପ୍ରବହାରୁ ଆଜି ମଧ୍ୟ ତ୍ରାହି ମିଳି ନାହିଁ। ରାଜ୍ୟର ୨୬ଟି ସହ ରେ ତାପମାତ୍ରା ୪୦ଡ଼ିଗ୍ରି କିମ୍ବା ଅଧିକ ରେକର୍ଡ ହୋଇଛି। ୪୫ଡ଼ିଗ୍ରି ତାପମାତ୍ରା ସହ ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର ହୋଇଥିବା ବେଳେ ବୌଦ୍ଧରେ ୪୪.୬ ଡିଗ୍ରି ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ରାଜ୍ୟର ୫ଟି ସହରରେ ତାପମାତ୍ରା ୪୪ଡ଼ିଗ୍ରି କିମ୍ବା ଅଧିକ ତାପମାତ୍ରା ରେକର୍ଡ ହୋଇଛି। କିନ୍ତୁ ଭୁବନେଶ୍ବର ଓ କଟକରେ ପାରା ୪୦ଡ଼ିଗ୍ରି ତଳକୁ ରହିଛି। ଗତ ୧୫ ତାରିଖ ଠାରୁ ଆଜି (ମେ’୫) ତାରିଖ ପର୍ଯ୍ୟନ୍ତ ୨୧ ଦିନ ଧରି ରାଜ୍ୟରେ ଲଗାତାର ଭାବେ ଗ୍ରୀଷ୍ମ ପ୍ରବାହ ଲାଗିରହିଛି। ଆଜି ବଲାଙ୍ଗୀର, ନୟାଗଡ, ନୂଆପଡା, ଗଞ୍ଜାମ, ମୟୁରଭଞ୍ଜ, କେନ୍ଦୁଝର ଏବଂ ବୌଦ୍ଧ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି।

ad-week
Leave A Reply

Your email address will not be published.