ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବ୍ରହ୍ମପୁର ସାଂସଦ କ୍ଷେତ୍ରରେ ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ

add-all

ବ୍ରହ୍ମପୁର : ବାପୁଜୀ ଆଶ୍ରମ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେଏଆଇସିସି ଓଡ଼ିଶା ପର୍ଯ୍ୟବେକ୍ଷକ ହର୍ଷବର୍ଦ୍ଧନ, ଏଆଇସିସି ସମ୍ପାଦକ ତଥା ଓଡ଼ିଶା କୋ ଇଞ୍ଚାର୍ଜ୍ ଏଆଇସିସି ଲିଡର କୁନାଲ ବାନାର୍ଜୀ ,
ଏଆଇସିସି ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଆରପି ସିଂ ,ଜିଲ୍ଲା ସଭାପତି ତଥା ବିଧାୟକ ପ୍ରାର୍ଥୀ ଦୀପକ ପଟ୍ଟନାୟକ ସାଂସଦ ପ୍ରାର୍ଥୀ ରଶ୍ମି ରଞ୍ଜନ ପଟ୍ଟନାୟକ ମୋହନା ବିଧାନସଭା ପ୍ରାର୍ଥୀ ଦାଶରଥି ଗମାଙ୍ଗ ଜିଲ୍ଲା ମିଡ଼ିଆ ସେଲ୍ ଅଧ୍ୟକ୍ଷ ତତ୍ ସତ୍ ସୁବୁଦ୍ଧିପ୍ରମୁଖ ଯୋଗଦାନ କରି ଗ୍ୟାରେଣ୍ଟି କାର୍ଡକୁ ଉନ୍ମୋଚିତ କରିଥିଲେ। କଂଗ୍ରେସ ସରକାର ଗଠନ କରିଲେଗଞ୍ଜାମ ଜିଲ୍ଲାରେ ଚିନି କଳ, , ସୂତା କଳର ପୁନଃ ଉଧାର କରାଯିବ ସହିତ ମସ୍ଚୁଜୀବୀ ପେନସନ, ଆରକ୍ଷଣ, ବେକାରୀ ଯୁବକଙ୍କୁ ମାସିକ ୮ହଜାର୫ଶହ ଭତ୍ତା, 2ଲକ୍ଷ କୋଟି ଟଙ୍କା ବିଶୋଧନ କାରଖାନ, 5କୋଟି ଲୋକ ରୋଜଗାର, ବର୍ଷାଜଳ ସଂରକ୍ଷଣ ସହିତ ଗ୍ୟାସ ଦର ୫ଶହ ଟଙ୍କା, ଦାଦନ ସମସ୍ୟା ର୍ସମାଧାନ, ସାପେଇ କର୍ମଚାରୀ ଙ୍କୁ ସ୍ଥାୟୀ ନିଯୁକ୍ତି,୫ହଜାର ଯୁବକଙ୍କୁ ନିଯୁକ୍ତି, କୃଷକ କଲ୍ୟାଣ ପାଇଁ ଋଣ ଛାଡ, ଗରିବ ମହିଳା ଙ୍କୁ୨ ହଜାର ,ଅନୁସୂଚିତ ଜାତି ଜନଜାତି ମହିକାଙ୍କୁ ୩ହଜାର ଭତ୍ତା ପ୍ରଦାନ କରାଯିବ,୨ଶହ ୟୁନିଟ ବିଦ୍ୟୁତ ବିକ ରିହାତି ଆଦି ପ୍ରତିଶୃତି ପୂରଣ କରାଯିବ ବୋଲି ସାଂସଦ ପ୍ରାର୍ଥୀ ରଶ୍ମି ରଞ୍ଜନ ପଟ୍ଟନାୟକ କହିଛନ୍ତି।ଏଥିସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ ଜନସାଧାରଣ ସଚେତନ ହେବା ସହିତ କଂଗ୍ରେସର ଉଭୟ ପ୍ରାର୍ଥୀ ଙ୍କୁ ବିପୁଳ ପରିମାଣର ଭୋଟ ଦେଇ ଜୟଯୁକ୍ତ କରିବାପାଇଁ ପର୍ଯ୍ୟବେକ୍ଷକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ad-week
Leave A Reply

Your email address will not be published.