ହିଞ୍ଜିଳିରେ ବିଜେଡିର ନିର୍ବାଚନୀ ପ୍ରଚାର ଆରମ୍ଭ

add-all

ହିଞ୍ଜିଳିକାଟୁ : ରାଜ୍ୟରେ ଧୀରେ ଧୀରେ ବଢିବାରେ ଲାଗିଛି ରାଜନୈତିକ ଉଷ୍ମତା । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇସାରିଛି ଓ ପ୍ରାର୍ଥୀମାନଙ୍କ ପ୍ରଚାର ଆହୁରି ଜୋରସୋରରେ ହେବାରେ ଲାଗିଛି । ଏହି କ୍ରମରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ଷଷ୍ଠ ଥର ଲକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି।

ଏହି ଅବସରରେ ହିଞ୍ଜିଳିକାଟୁ ପୌରପରିଷଦ ର ଦଳୀୟ ନେତା ଓ କର୍ମୀ ଏକାଠି ହୋଈ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ ପୌରପରିଷଦ ର ୱାର୍ଡ ନଂ ୧,୨,୩ ଓ ୪ ର ସମସ୍ତ ଘରକୁ ଘର ବୂଲି ନବୀନ ପଟ୍ଟନାୟକ ଷଷ୍ଠ ଥର ପାଈଁ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହୋଇ ମୁଖ୍ୟମନ୍ତ୍ରୀ ଭାବେ ଅଳଙ୍କୃତ କରିବାକୁ ଭୋଟ ଭିକ୍ଷା କରିଥିଲେ ।

ନବୀନଙ୍କ ଭୋଟ ଭିକ୍ଷା କଲେ ଦଳୀୟ କର୍ମୀ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଗ୍ରୀଟ୍ ଅଧକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ରାଜ୍ୟ ଉପସଭାପତି ଶିବରାମ ଗୌଡ଼, ନଗର ଯୁବ ବିଜେଡି ସଭାପତି ସଞ୍ଜୟ କୁମାର ପଣ୍ଡା, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପ୍ୟାରୀ ମୋହନ ପାଢ଼ୀ, ପ୍ରାକ୍ତନ ନଗରପାଳ ହୃଦୟାନନ୍ଦ ମହାପାତ୍ର, ପ୍ରଦୀପ କୁମାର ପଣ୍ଡା କିରଣ ପଟ୍ଟନାୟକ, ତରୁଣ କୁମାର ପଣ୍ଡା, ବିଭୁ ପ୍ରସାଦ ପଣ୍ଡା, ଯୁଧିଷ୍ଠିର ଦାସ, ଅମୁଲ୍ୟ ସାହୁ, ସଞ୍ଜୟ ସ୍ବାଇଁ, ସନାତନ ନାହାକଙ୍କ ସମେତ ଶତାଧିକ ଯୁବ ଓ ଦଳୀୟ କର୍ମୀ ଅଂଶ ଗ୍ରହଣ କରିଥିଲେ।

ad-week
Leave A Reply

Your email address will not be published.