କଂ​‌ଗ୍ରେସ ଛାଡ଼ିଲେ ବିଜୟ ଗମାଙ୍ଗୋ, ପ୍ରାଥମିକ ସଦସ୍ୟତାରୁ ଇସ୍ତଫା

add-all

ରାୟଗଡ଼ା: ନିର୍ବାଚନ ପୂର୍ବରୁ ରାୟଗଡ଼ା ଜିଲ୍ଲା କଂଗ୍ରେସକୁ ଝଟ୍‌କା। ଦଳ ଛାଡିଲେ ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ବିଜୟ କୁମାର ଗମାଙ୍ଗୋ। ସେ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ପିସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଅଧ୍ୟକ୍ଷ ତାଙ୍କୁ କୈଫିୟତ ତଲବ କରିଥିଲେ। ବହୁଥର ପିସିସି ଓ ଜିଲ୍ଲାସ୍ତରୀୟ ଦଳୀୟ ନେତା ଅଣଦେଖା କରିଥିବା, କୌଣସି କାର୍ଯ୍ୟକ୍ରମର ସୂଚନା ଦେଉ ନଥିବା ଅଭିଯୋଗ କରି ଆତ୍ମସମ୍ମାନ ଦୃଷ୍ଟିରୁ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା କହିଛନ୍ତି ବିଜୟ ଗମାଙ୍ଗୋ।

ଇସ୍ତଫା ପତ୍ର ପିସିସି ସଭାପତି ଓ ରାଜ୍ୟ ପର୍ଯ୍ୟବେକ୍ଷକଙ୍କୁ ପଠାଇଥିବା ସେ ସୂଚନା ଦେଇଛନ୍ତି। ପୂର୍ବରୁ ମଧ୍ୟ ଦଳ ବିଧାନସଭା ପ୍ରାର୍ଥୀ ନାମ ଘୋଷଣା କରିବା ପରେ ଅସନ୍ତୋଷ ହୋଇ ଯୁବ କଂଗ୍ରେସ ବ୍ଲକ ସଭାପତି, ଏସଟି ମୋର୍ଚ୍ଚା, ଏସସି ମୋର୍ଚ୍ଚା ସଭାପତି, ଯୁବ କଂଗ୍ରେସ ରାଜ୍ୟ ପ୍ରବକ୍ତା, ପିସିସି ସଦସ୍ୟ ଦଳ ଛାଡ଼ିଥିଲେ।

ad-week
Leave A Reply

Your email address will not be published.