ଫୁଲବାଣୀରେ ରାବଣ ପୋଡି

add-all

ଫୁଲବାଣୀ :ଧର୍ମର ଜୟ ପାପର କ୍ଷୟ ମହା ପ୍ରତାପୀ ଅହଙ୍କାରୀ ଲଙ୍କାପତି ରାବଣକୁ ବଧ କରିଛନ୍ତି ପ୍ରଭୁ ଶ୍ରୀରାମ । କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ରାମ ମନ୍ଦିର କମିଟି ପକ୍ଷରୁ ରାମ ମନ୍ଦିର ପରିସରରେ ଥିବା ମଣ୍ଡପରେ ହନୁମାନ ଜୟନ୍ତୀ ଠାରୁ ରାମାୟଣ ପାଠ ସହ ହନୁମାନ ଚାଳିଶା ଇତ୍ୟାଦି ହୋଇ ଆସୁଥିଲା l ଶେଷରେ ରାମାୟଣ ପାଠତ୍ସବର ଅନ୍ତିମ ପର୍ଯ୍ୟାୟରେ ରାବଣ ବଧ ପାଇଁ ରାମ ମନ୍ଦିର ପରିସରରୁ ମହା ଆଡ଼ମ୍ବର ରେ ପ୍ରଭୁ ଶ୍ରୀରାମ ବେଶ ଧାରୀ ସୈନ୍ୟ ସାମନ୍ତ ଧରି ହାଇସ୍କୁଲ ପଡିଆ ଠାରେ ପହଞ୍ଚି ଲଙ୍କାପତି ରାବଣଙ୍କ ବିରାଟ ପ୍ରତିମୂର୍ତ୍ତିକୁ ପ୍ରଭୁ ଶ୍ରୀରାମ ବଧ କରିଥିଲେ । ଲଙ୍କା ଦହନ ସମୟରେ ହଜାର ହଜାର ଜନ ସମାଗମ ଦେଖିବାକୁ ମିଳିଥିଲା । ସମସ୍ତ କାର୍ଯ୍ୟକ୍ରମକୁ ରାମ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜିତ କରାଯାଇଥିଲା l

ad-week
Leave A Reply

Your email address will not be published.