ବିଜେଡିରେ ସାମିଲ ହେଲେ ଅଭିନେତା ଅଖିଳ ପଟ୍ଟନାୟକ

add-all

ଭୁବନେଶ୍ଵର: ବିଜେଡିରେ ସାମିଲ ହେଲେ ଅଭିନେତା ଅଖିଳ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ ଓ ଖୋର୍ଦ୍ଧା ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନାଙ୍କ ପକ୍ଷରୁ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । କିଛି ଦିନ ତଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରି ବିଜେପିରୁ ଇସ୍ତଫା ଦେଇଥିଲେ ଅଖିଳ ।

ଅଖିଳ ପଟ୍ଟନାୟକ କୋଭିଡ ସମୟରେ ପ୍ରବାସୀଙ୍କ ପାଇଁ କାମ କରିବା ସହ କର୍କଟ ରୋଗୀଙ୍କ ପାଇଁ କାମ କରିଥିଲେ। ତାଙ୍କ ପରିବାରର ଲମ୍ବା ରାଜନୈତିକ ଇତିହାସ ରହିଛି। ଜେଜେ ବାପା ତାପଙ୍ଗ ସରପଞ୍ଚ ଥିଲେ, ନବୀନ ପଟ୍ଟନାୟକଙ୍କ ହାତମୁଠା ଟାଣ ସହ ଖୋର୍ଦ୍ଧା ସଂଗଠନ ମଜୁବତ କରିବାକୁ ସେ ବିଜେଡିରେ ସାମିଲ ହୋଇଛନ୍ତି। ଅଖିଳ ଭୁବନେଶ୍ୱରର ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କ ଖାସ୍‌ ଅନୁଗତ ଥିଲେ। ଏହି ଅବସରରେ ସେ ଭାଜପାର ନୀତି ଏବଂ ନୈତିକତା ନ ଥିବା କହି ବର୍ଷିଛନ୍ତି।

ଦଳରେ ମିଶିବା ପରେ କଳାକାର ହେଇ କାମ କରୁଥିଲି, ସେବା କରିବା ପାଇଁ ଶୃଙ୍ଖଳିତ ଦଳ ଭାବି ବିଜେପିରେ ସାମିଲ ହୋଇଥିଲି । କିନ୍ତୁ ଦଳ ମୋତେ ଅଣଦେଖା କରିଲା ବୋଲି କହିଛନ୍ତି ଅଖିଳ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡି ପରିଚୟ ଦିଏ। ଯେଉଁମାନେ ଯାଇଛନ୍ତି ସେମାନେ ଧୋକା ଦେଇ ଯାଇଛନ୍ତି କିନ୍ତୁ ମୁଁ ଧୋକା ଖାଇ ଆସିଛି । ମୁଁ କାନ୍ଦିକି ଷ୍ଟେଜରେ କହୁଥିଲି ବିଜେପି ଧୋକା ଦେଇଛି ବୋଲି । ହଠାତ୍ ମତେ ମାନସ ଭାଇ ଫୋନ କରି ଦଳରେ ସାମିଲ ପାଇଁ ସୁଯୋଗ ଦେଲେ ବୋଲି କହିଛନ୍ତି ଅଖିଳ ।

ad-week
Leave A Reply

Your email address will not be published.