ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସିବିଆଇ ତଦନ୍ତ ହେବ : ବିଜେପି

add-all

କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ବିଜେଡି ନେତା ଭିକେ ପାଣ୍ଡିଆନ ଦେଇଥିବା ବୟାନ ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଯଦି ବିଜେପି ଆଗାମୀ ନିର୍ବାଚନରେ ୪୦ରୁ ୫୦ଟି ବିଧାନସଭା ଆସନ ଓଡ଼ିଶାରେ ଜିତିବ, ତା’ହେଲେ ଦଳ ବିଜେଡିକୁ ଭାଙ୍ଗିବାକୁ ଉଦ୍ୟମ କରିବ ବୋଲି ପାଣ୍ଡିଆନ କହିଥିଲେ।

ଏବେ ପାଣ୍ଡିଆନଙ୍କ ଏପରି ବୟାନକୁ କାଉଣ୍ଟର କରିଛନ୍ତି ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ବିଜେପି କାଳେ ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି ବୋଲି ବାବୁ ଜଣଙ୍କ ଅଭିଯୋଗ କରିଛନ୍ତି। ତାମିଲ ବାବୁ ବୁଝିବା ଦରକାର ବିଜେଡିକୁ ଭାଙ୍ଗିବା ଦରକାର ନାହିଁ। ବିଜେଡି ଆପେ ଆପେ ଭାଙ୍ଗି ଗଲାଣି। ମୁଖ୍ୟମନ୍ତ୍ରୀ ଗ୍ରାଉଣ୍ଡ ନେତା ନୁହଁ ରାଉଣ୍ଡ ନେତା। ବହୁତ ଅୟେଶ କଲେଣି ନବୀନ ନିବାସରୁ ଏୟାରପୋର୍ଟ ଭିତରେ ବୁଲିବୁଲି। ଏବେ ଆଉ ନୁହେଁ।

ବିଜେଡିରେ ନେତା ନାହାନ୍ତି ଯେ ବାହାରୁ ଆମଦାନୀ କରୁଛନ୍ତି? ସେ ବାବୁଙ୍କ ପାଇଁ ନୁହେଁ ବରଂ ବିଜେଡି ନେତାଙ୍କ ପାଇଁ ଦୟା ଲାଗୁଛି। ଛୋଟ ବେଳେ ଗାଁରେ କଣ୍ଢେଇ ନାଚ ହେଉଥିଲା ଦେଖିଥିବେ। ମୁଖ୍ୟମନ୍ତ୍ରୀ ଏବେ ସଖୀ କଣ୍ଢେଇ। କିଛି ଅଫିସର ତାଙ୍କୁ ନଚାଉଛନ୍ତି। ସେ ପାରଳା ମହାରାଜାଙ୍କ ନାଁ ବି ଜାଣି ନାହାନ୍ତି। ପ୍ରମ୍ପଟର ତାଙ୍କୁ ପ୍ରମ୍ପ୍ଟିଁ କରୁଛନ୍ତି। ପଣ୍ଡିତ ଗୋପବନ୍ଧୁଙ୍କ ନାଁ କୁ କ’ଣ ଯେ କହିଲେ ମୋତେ କହିବାକୁ ଲଜ୍ଜ୍ୟା ଲାଗୁଛି। ତଥାପି ଏମାନେ ଓଡ଼ିଆ ଅସ୍ମିତା କଥା କହୁଛନ୍ତି।

୪୨ ଶହ କୋଟି ଟଙ୍କା ଖର୍ଚ୍ଚ କରି ପାଇଖାନା ତିଆରି କରିବାକୁ କହି ଗୋଟେ ପାଚେରୀ ବୁଲେଇ କହୁଚନ୍ତି ରୂପାନ୍ତୀକରଣ କରିଛି। ମନ୍ଦିର ଯିଏ ନିର୍ମାଣ କରିଥିଲେ ସେ ବର ମାଗିଥିଲେ ଯେ ଏହାର ମାଲିକାନା ଦାବି କରିବାକୁ ମୋ ବଂଶରେ କେହି ନ ରୁହନ୍ତୁ।

ଯେବେ ବିଜେପି ସରକାର ଜୁନ ୧୦ରେ ଆସିବ, ପ୍ରଥମ ଦିନ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ଘୋଟାଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯିବ। ଚାରି ଦ୍ୱାର ବନ୍ଦ କରିଦେଲେ। ଏଥିଯୋଗୁ ଭକ୍ତ କେତେ ହଇରାଣ ହେଉଛନ୍ତି, ସମସ୍ତେ ଦେଖୁଛନ୍ତି। ଆଉ ଥରେ ସରକାରକୁ ଆସିଲେ ଏମାନେ ଜଗନ୍ନାଥ ମନ୍ଦିର ପାଇଁ ଟିକେଟ ବିକ୍ରି କରିବେ।

ଦର୍ପ ଆଉ ଅହଙ୍କାରରେ କୁହାଯାଉଛି କେନ୍ଦ୍ର କୁଆଡ଼େ କିଛି କରିନି। ମୋଦି ଚାଉଳ ଦେଲେ। ହେଲେ ୨୭୮ କୋଟି ଟଙ୍କା ଦେଇ ବ୍ୟାଗ କିଣିଲେ ଓ ଉକ୍ତ ଚାଉଳକୁ ବାଣ୍ଟିଲେ। ସେ ବ୍ୟାଗ ଏବେ ଫୁଟପାଥରେ ବିକ୍ରି ହେଉଛି।

ଅଖା ଘୋଟାଲା ଦୁର୍ନୀତି ବି ବିଜେପି କ୍ଷମତାକୁ ଆସିଲେ ତଦନ୍ତ କରିବ। ଏମାନେ କହୁଛନ୍ତି ବିଜେଡିକୁ କାଳେ ଭାଙ୍ଗିବାକୁ ଚେଷ୍ଟା କରୁଛି ବିଜେପି। ନିଜେ ହତୋତ୍ସାହିତ ହେଇ ଭାଙ୍ଗିଗଲେଣି। ବିଜୁ ବାବୁଙ୍କୁ ଭାରତ ରତ୍ନ କଥା ଏମାନେ କହୁଛନ୍ତି। ହେଲେ ନିର୍ବାଚନରେ ବିଜୁ ବାବୁଙ୍କ ପୋଷ୍ଟରରେ ଫଟୋ ନାହିଁ। ତାମିଲ ଗୁମାସ୍ତାଙ୍କ ଫଟୋ ଲାଗିଛି।

ସତ ସାହାସ ଥିଲେ ତାମିଲନାଡୁରେ ରାଜନୀତି କରନ୍ତୁ। ଓଡ଼ିଆ ଲୋକ ବୋକା ନୁହନ୍ତ। ଏଥର ଜବାବ ଦେବେ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ad-week
Leave A Reply

Your email address will not be published.