ଇମ୍ରାନ୍‌ଙ୍କୁ ସମର୍ଥନ କଲା ଆମେରିକା: ପିଟିଆଇ ନେତାଙ୍କୁ ଭେଟିଲେ ଆମେରିକା ରାଜନେତା

add-all

ଇସଲାମାବାଦ: ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କୁ ଆମେରିକାର ସମର୍ଥନ ମିଳିଛି। ବାସ୍ତବରେ, ଜେଲରେ ଥିବା ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମେତ ଦେଶର ସମସ୍ତ କଏଦୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଆମେରିକା ଗୁରୁତ୍ୱାରୋପ କରିଛି।

ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ସେ ଆମେରିକାର ରାଷ୍ଟ୍ରଦୂତ ଡୋନାଲ୍ଡ ବ୍ଲୋମ ଏବଂ ପିଟିଆଇ ନେତା ଓମାର ଆୟୁବ ଖାନଙ୍କ ସମେତ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ର ଅନ୍ୟ ନେତାଙ୍କ ମଧ୍ୟରେ ଏକ ବୈଠକ ହୋଇଥିବା ମଧ୍ୟ ସ୍ୱୀକାର କରିଛନ୍ତି।

ସେ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରଦୂତ ବିରୋଧୀଦଳର ନେତା ତଥା ଅନ୍ୟ ବରିଷ୍ଠ ପିଟିଆଇ ସଦସ୍ୟଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଇସଲାମାବାଦ ସହିତ ଜାରି ରଖିଛନ୍ତି। ସେ କହିଛନ୍ତି ପାକିସ୍ତାନ ନିର୍ବାଚନରେ ​​ଆମେ କ‌ୌଣସି ଆଭିମୁଖ୍ୟ ଗ୍ରହଣ କରୁନାହୁଁ। ରାଜନୈତିକ ଦଳଗୁଡିକ ପ୍ରତି ନିରପେକ୍ଷତା ବଜାୟ ରଖିବାବେଳେ ମିଲର ମୌଳିକ ମାନବିକ ଅଧିକାରକୁ ଗୁରୁତ୍ୱ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ମିଲର କହିଛନ୍ତି ଯେ ଇମ୍ରାନ ଖାନଙ୍କ ସୁରକ୍ଷା ଆମର ପ୍ରଥମ ପ୍ରାଥମିକତା, କିନ୍ତୁ ଆମେ ଚାହୁଁ ଯେ ପାକିସ୍ତାନର ପ୍ରତ୍ୟେକ ବନ୍ଦୀଙ୍କୁ ସୁରକ୍ଷା ଦିଆଯାଉ। ସୂଚନାଯୋଗ୍ୟ ଇମ୍ରାନ ଖାନ ଆମେରିକାକୁ ତାଙ୍କ ସରକାରକୁ କ୍ଷମତାଚ୍ୟୁତ କରିଥିବ ଅଭିଯୋଗ କରିଥିଲେ। ଏପ୍ରିଲ୍ ୨୦୨୨ ରେ ଶକ୍ତି ପରୀକ୍ଷାରେ ଇମ୍ରାନ ଖାନଙ୍କ ସରକାରର ପତନ ଘଟିଥିଲା। ପାକିସ୍ତାନର ହାଇକୋର୍ଟ ଇମ୍ରାନ ଖାନଙ୍କ ପତ୍ନୀ ବୁଶ୍ରା ବିବିଙ୍କୁ ଅଶ୍ବସ୍ତି ପ୍ରଦାନ କରିଥିଲେ ଏବଂ ତାଙ୍କୁ ଆଡିଆଲା ଜେଲକୁ ସ୍ଥାନାନ୍ତର କରିବାକୁ କରାଯାଇଥିବା ଆବେଦନକୁ ଅନୁମୋଦନ କରିଥିଲେ। ତାଙ୍କୁ ବ୍ୟକ୍ତିଗତ ଜେଲରୁ ଆଡିଆଲା ଜେଲକୁ ସ୍ଥାନାନ୍ତର କରିବାକୁ ବୁଶ୍ରା ବିବି ଦାବି କରିଥିଲେ।

ad-week
Leave A Reply

Your email address will not be published.