ପ୍ରଶାନ୍ତ କରଙ୍କୁ ଛତ୍ରପୁର ଠାରେ ସ୍ୱାଗତ ସମ୍ବର୍ଦ୍ଧନା

add-all

ଛତ୍ରପୁର : ଭାଜପା ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଥିବା ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବନେତା ପ୍ରଶାନ୍ତ କୁମାର କରଙ୍କୁ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସ୍ଥାନୀୟ ପୁତିଗୋପାଳପୁର ସ୍ଥିତ ଦଳିୟ କାର୍ଯ୍ୟାଳୟ ପରିସରରେ ଶ୍ରୀ କରଙ୍କୁ ଛତ୍ରପୁର ବିଧାୟକ ତଥା ବିଧାନସଭା ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରା ପୁଷ୍ପଗୁଚ୍ଛ ଦେଇ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଏହାସହିତ ଭାଜପା ଛାଡି ବିଜେଡିରେ ସାମିଲ ହୋଇଥିବା ସୁଦାମ ଜେନା ଓ ବିକ୍ରମ ମହାରଣାଙ୍କୁ ମଧ୍ୟ କାର୍ଯ୍ୟାଳୟ ପରିସରରେ ପୁଷ୍ପଗୁଛ ଦେଇ ଦଳିୟ ନେତା ଓ କର୍ମୀ ମାନେ ସ୍ୱାଗତ ଜଣାଇଛନ୍ତି । ଏହି ଅବସରରେ ଛତ୍ରପୁର ପୈାରପରିଷଦର ଉପାଧ୍ୟକ୍ଷ ଜି.ପାପା ରାଓ, ଶ୍ରୀରାମଚନ୍ଦ୍ରପୁର ସମିତି ସଭ୍ୟ ଏସ.ଚକ୍ରପାଣି ରେଡ୍ଡୀ, ଉମା ରେଡ୍ଡୀ, ଅକ୍ଷୟ ସ୍ୱାଇଁ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ, ଛତ୍ରପୁର ବ୍ଲକ ଉପସଭାପତି କାହ୍ନୁ ଚରଣ ବେହେରା, ସନ୍ତୋଷ ବେହେରା, ଛତ୍ରପୁର ନଗର ବିଜେଡି ଉପସଭାପତି ଏନ.ଗିରଧର ରାଓ ଓ ଅଟଳ ବିହାରୀ ପଟ୍ଟନାୟକ, ଗଂଜାମ ଯୁବ ସଭାପତି ସୁଧୀର ପାଢି, ରାକେଶ ରଂଜନ ଦାଶ, ଛାତ୍ର ବିଜେଡି ଜିଲ୍ଲାସଭାପତି ପ୍ରଶାନ୍ତ କୁମାର ପଣ୍ଡା, ମାଙ୍ଗଲେଶ୍ୱର ରେଡ୍ଡୀଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.