ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ବଢୁଛି ଅପରାଧ

add-all

ବ୍ରହ୍ମପୁର : ଆଜି ବ୍ରହ୍ମପୁର ଗାନ୍ଧୀନଗର ସ୍ଥିତ ଜୋନ ମିଡ଼ିଆ ସେଣ୍ଟର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଅଭିଯୋଗ କରିଛନ୍ତି କେନ୍ଦ୍ର ଶ୍ରମ ଓ ରୋଜଗାର,ଜଙ୍ଗଲ ଓ ପରିବେଶ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ଉକ୍ତ ସମ୍ମିଳନୀରେ ବିଜେପିର ଜିଲ୍ଲା ସଭାପତି ସୁବାସ ସାହୁ,ବ୍ରହ୍ମପୁର ସାଂସଦୀୟ ପ୍ରାର୍ଥୀ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ , ସରୋଜ ସାବତ ଉପସ୍ଥିତ ଥିଲେ। ତେବେ ଗତ ତିନି ତାରିଖରେ ଘଟି ଯାଇଥିବା ଗଣବଳତ୍କlର ଭଳି ସମ୍ବେଦନଶୀଳ ଘଟଣାରେ ପାଞ୍ଚ ତାରିଖରେ FIR ଦାୟର ହେବା ଓ ଏଫଆଇଆର ଦାୟର ପରେ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଏ ପର୍ଯ୍ୟନ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ ନ କରି ଚୁପ୍ ବସିବାକୁ ନେଇ ସନ୍ଦେହ ସୃଷ୍ଟି ହେବା ସହ ଗଞ୍ଜାମ ଜିଲ୍ଲା ଆଇନ ଶୃଙ୍ଖଳା ବ୍ୟବସ୍ଥା ସହ ଓଡ଼ିଶା ସରକାରଙ୍କ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ବିପର୍ଯ୍ୟସ୍ତ ଘଟିଛି।ଓଡ଼ିଶାରେ ଦାଦନ ସମସ୍ୟା ବୃଦ୍ଧି ପାଇଛି, ଲକ୍ଷ ଲକ୍ଷ ଯୁବକ ନିଜ ଭିଟା ମାଟି ଛାଡି ବାହାର ରାଜ୍ୟକୁ ଦାଦନ ଖଟିବା କୁ ଯାଉଛନ୍ତି।ଯାହାର ସମସ୍ୟା ସମାଧାନ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ହୋଇଛି।

ad-week
Leave A Reply

Your email address will not be published.