ଏମ କେସିଜି ମେଡ଼ିକାଲ କଲେଜ ଟ୍ରାନ୍ସ ଫ୍ୟୁଜନ ଏବଂ ଓଡିଶା ବ୍ଲଡ଼ ସେଣ୍ଟର ଆନୁକୂଲ୍ୟରେ ବିଶ୍ୱ ଥଲେସେମିଆ ଦିବସ ପାଳିତ

add-all

ବ୍ରହ୍ମପୁର : ଏମ କେସିଜି ମେଡ଼ିକାଲ କଲେଜ ଟ୍ରାନ୍ସ ଫ୍ୟୁଜନଏବଂ ଓଡିଶା ବ୍ଲଡ଼ ସେଣ୍ଟର ଆନୁକୂଲ୍ୟରେ ବିଶ୍ୱ ଥଲେସେମିଆ ଦିବସ ପାଳିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ସବିତା ପଲେଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି କ୍ରିଷ୍ଠାନ ହସ୍ପିଟାଲ ନିର୍ଦେଶକ ମିନାଲ କାନ୍ତି ନନ୍ଦ ଯୋଗଦେଇ ଥଲେସେମିଆ କିପରି ଆକ୍ରାନ୍ତ ହୁଅନ୍ତି ଶିଶୁ ମାନେ ଏବଂ ଏହି ରୋଗ ରେ ଆକ୍ରାନ୍ତ ଶିଶୁ ମାନଙ୍କ କିଭଳି ଯତ୍ନ ନିଆଯିବ ସେ ନେଇ ବିଷଦ ଭାବରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏମକେ ସିଜି ଅଧକ୍ଷ ପ୍ରଫେସର ଡା. ସନ୍ତୋଷ ମିଶ୍ର, ଅଧିକ୍ଷକ ପ୍ରଫେସର ଡା. ସୁଚିତ୍ରା ଦାସ, , ଶିଶୁରୋଗ ବିଶେଷଜ୍ଞ ଡା. ମାନସ ରଞ୍ଜନ ଦାଶ ପ୍ରମୁଖ ଯୋଗଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ଏବଂ ଏହାର ଆଖପାଖ ଜିଲ୍ଲାରେ ରହିଥିବା ରୋଗୀଙ୍କ ଅଭିଭାବକ ମାନେ ଯୋଗଦାନ କରିଥିଲେ।ଏହି ରୋଗକ୍ରାନ୍ତ ଶିଶୁ ମାନଙ୍କୁ ପ୍ରତ୍ୟକ ସମୟ ବ୍ୟବଧାନ ରେ ରକ୍ତ ଆବଶ୍ୟକ ପଡୁଥିବା ବେଳେ କୌଣସି ସ୍ୱତନ୍ତ୍ର ୱାର୍ଡ ନ ଥିବା ଯୋଗୁଁ ରୋଗୀ ବହୁ ହନ୍ତସନ୍ତ ହେଉଛନ୍ତି।ତେଣୁ ତୁରନ୍ତ ସ୍ୱତନ୍ତ୍ର ୱାର୍ଡ ର ବ୍ୟବସ୍ଥା କରିବା ପାଇଁ ଦାବି କରିଥିଲେ ଅଭିଭାବକ ମାନେ। ଏହି ଅବସରରେ ବହୁ ବିଭାଗୀୟ ଅଧିକାରୀ ଓ ଡାକ୍ତର ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.