ମୃଦୁ ପାନୀୟରେ ନିଶା ଦେଇ ଜୈନେକା ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ୫ ଜଣ ଯୁବକ

add-all

ବ୍ରହ୍ମପୁର : ଗତ ୫ ତାରିଖ ଜୈନେକା ନାବାଳିକା ଜଣଙ୍କ ବୈଦ୍ୟନାଥ ପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ ଯେ ଗତ ମେ ୩ ତାରିଖ ସଂଧ୍ୟାରେ ସେ ନୂଆଁ ବସଷ୍ଟାଣ୍ଡ ଠାରେ ନିଜ ବାପାଙ୍କୁ ଅପେକ୍ଷା କରୁଥିବା ବେଳେ, ଜଣେ ତାଙ୍କ ପରିଚିତ ଯୁବକ ଋତୁନ ଦାସ ଆସି ତାଙ୍କୁ କାହାକୁ ଅପେକ୍ଷା କରୁଥିବା ପଚାରିବା ସହିତ ସେ ରହୁଥିବା ବ୍ରହ୍ମାନଗର ଦ୍ୱିତୀୟ ଗଳି କୋଠରୀ କୁ ଯିବାପାଇଁ ଅନୁରୋଧ କରିଥିଲେ, ନାବାଳିକା ଜଣଙ୍କ ତାଙ୍କ ଅନୁରୋଧ ରକ୍ଷା କରି ଋତୁନ ଙ୍କ ରୁମ କୁ ଯାଇଥିଲେ।ସେ ଏକା ରହୁଥିବା ନେଇ ପ୍ରଶ୍ନ କରିଥିଲେ ନାବାଳିକା।ତେବେ ଋତୁନ ତାଙ୍କ ମାଁ ଙ୍କ ସହିତ ରୁହନ୍ତି ବୋଲି କହି କିଛି ମୃଦୁ ପାନୀୟ ନାବାଳିକା ଙ୍କୁ ପିଇବା ପାଇଁ ଦେଇଥିଲେ, ତେବେ ଏହି ମୃଦୁ ପାନୀୟ ରେ କିଛି ନିଶା ଦ୍ରବ୍ୟ ମିସିଥିବା ଯୋଗୁଁ ନାବାଳିକା ଜଣଙ୍କ କିଛି1ସମୟ ଧରି ଅଚେତ ହୋଇ ପଡ଼ିଥିଲେ।ଏହାର ସୁଯୋଗ ନେଇ ଋତୁନ ଏବଂ ତାହାର ସହଯୋଗୀ ୪ ଜଣ ଯୁବକ ଜଣଙ୍କ ପରେ ଜଣେ ନାବାଳିକା ଜଣଙ୍କୁ ଦୁଷ୍କର୍ମ କରିଥିବା ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ପ୍ରାୟ ରାତି୧୦ଟା ପର୍ଯ୍ୟନ୍ତ ତାଙ୍କୁ ଦୁଷ୍କର୍ମ କରିଥିଲେ ଯୁବକ ମାନେ।ନାବାଳିକା ଙ୍କୁ ଚେତା ଫେରିବା ପରେ ତାଙ୍କୁ ଦୁଷ୍କର୍ମ ହୋଇଥିବା ଜଣି ପାରିଥିଲେ।ତେବେ ଏହି ଘଟଣା କୁ ବାହାରେ ପରିପ୍ରକାଶ କଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ ଯୁବକ ମାନେ।ତେବେ ଏହାକୁ ନେଇ ସେ ଥାନା ରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରିବା ସହିତ ମୁଖ୍ୟ ଅଭିଯୁକ୍ତ ଋତୁନ ଦାସ ସହିତ ତାର1ଅନ୍ୟ ଚାରି ସହଯୋଗୀ ତଥା ରୁମ ମେଟ କୁ ଗିରଫ କରିଛି। ଗିରଫ ମାନଙ୍କ ମଧ୍ୟରେ ଋତୁନ ଦାସ, ରୁଦ୍ର ଜେନା, ଅଭିଳାଷ ବିଶୋଇ,ଜୁମନ ଗୌଡ଼, ଆକାଶ ନାୟକ ରହିଛନ୍ତି।ସମସ୍ତ ଅଭିଯୁକ୍ତ ଙ୍କ ଡାକ୍ତରୀ ମଇନା ହୋଇଥିବା3ବେଳେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଏସପି ଦାୟିତ୍ୱ ରେ ଥିବା ଡ଼ିଆଇଜି ଡାକ୍ତର ସାର୍ଥକ ଷଡଙ୍ଗୀ ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.