ଆହାର କେନ୍ଦ୍ରରୁ ଚୋରୀ :ବୃଦ୍ଧାଙ୍କ ବ୍ୟାଗ ସହ ୧୨ ଶହ ଟଙ୍କା ଲୁଟିଲେ

add-all

ହିଞ୍ଜିଳିକାଟୁ : ଦିନ ଦ୍ବିପହରରେ ଆହାର କେନ୍ଦ୍ର ପରିସରରୁ ହୋଇଛି ଲୁଟ୍ । ଜଣେ ବୃଦ୍ଧା ଖାଇବା ପରେ ହାତ ଧୋଇ ଆସିବା ବେଳକୁ ହୋଇଛି ଲୁଟ୍ । ଆହାର କେନ୍ଦ୍ରରେ ସିସି ଟିଭି ସଂଯୋଗ ହୋଇଥିଲେ ମଧ୍ୟ ଲୁଟେରାଙ୍କ ସନ୍ଧାନ ମିଳି ପାରିନାହିଁ। ଏଭଳି ଏକ ଘଟଣା ଗୁରୁବାର ହିଞ୍ଜିଳିକାଟୁ ପୌରାଞ୍ଚଳ ବସ୍ ଟର୍ମିନାଲ ନିକଟସ୍ଥ ଆହାର କେନ୍ଦ୍ରରେ ଘଟିଥିବା ଜଣାପଡିଛି। ପ୍ରକାଶ ଯେ, ଗୁରୁବାର ସକାଳେ ହିଞ୍ଜିଳି ଥାନା ଶାସନଆମ୍ବଗାଁର ଜୈନିକା ବୃଦ୍ଧା ତିଳ ଗୈାଡ ଗ୍ରାମରୁ ସିକିରି ଷ୍ଟେଟ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସିଥିଲେ । ଟଙ୍କା ଉଠାଇବା ପରେ ହିଞ୍ଜିଳିକାଟୁ ସହରକୁ ଆସି ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ପରେ ମଧ୍ୟାହ୍ନରେ ବସ୍ ଟର୍ମିନାଲ ନିକଟସ୍ଥ ଆହାର କେନ୍ଦ୍ରକୁ ଖାଇବାକୁ ଆସିଥିଲେ। ଖାଇବା ପରେ ଟେବୁଲ ନିକଟରେ ଟଙ୍କା ଥିବା ବ୍ୟାଗ ରଖି ହାତ ଧୋଇବା ପାଇଁ ଯାଇଥିଲେ। ଆସିବା ବେଳକୁ ବ୍ୟାଗ କେହି ଲୁଟେରା ଲୁଟ୍ କରି ନେଇ ଯାଇଥିବା ଜାଣିବାକୁ ପାଇଲେ। ବ୍ୟାଗ ମଧ୍ୟରେ ୧୨ ଶହ ଟଙ୍କା ସମେତ ରୁପା ମୁଦି, ବ୍ୟାଙ୍କ ପାସ ବୁକ୍, ଆଧାର କାର୍ଡ ସମେତ କିଛି ଜରୁରୀ ଡକ୍ୟୁମେଣ୍ଟ ରହିଥିଲା । ଚୋରୀ ଘଟଣାର ସନ୍ଧାନ ପାଇବା ଆଶାରେ ବୃଦ୍ଧା ଜଣଙ୍କ ପୈାର କାର୍ଯ୍ୟାଳୟକୁ ଯାଇ କିଛି କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ ମଧ୍ୟ କୈାଣସି ସୁଫଳ ମଳିନଥିଲା । ପ୍ରେସ ଘଟଣା ନେଇ ବୃଦ୍ଧା ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିବା ଜଣାପଡିଛି।

ad-week
Leave A Reply

Your email address will not be published.