ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ସ୍ତରରେ : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ୨ ଛାତ୍ରଛାତୀଙ୍କ ସଫଳତା

newyr25

ଛତ୍ରପୁର : ଆଜି ସ୍ନାତକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳାଫଳ ଘୋଷଣା ହୋଇଛି । ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ସ୍ତରରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ୨ ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି । ବିଜ୍ଞାନ ମହାବିଦ୍ୟାଳୟର ସ୍ନାତକ ପଦାର୍ଥ ବିଜ୍ଞାନ ବିଭାଗର ଛାତ୍ର ତଥା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଅବସର ପ୍ରଧାନଶିକ୍ଷକ ଭାଗୀରଥି ସ୍ୱାଇଁଙ୍କ ପୁତ୍ର ରୌମ୍ୟ ରଞ୍ଜନ ସ୍ୱାଇଁ ୮୯.୭୧ ପ୍ରତିଶତ ରେଜଲ୍ଟ ରଖି ସମଗ୍ର ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ୬ଷ୍ଠ ର‌୍ୟାଙ୍କ୍ ରଖିଥିବା ବେଳେ ଏହି ମହାବିଦ୍ୟାଳୟର ସ୍ନାତକ ବାଣିଜ୍ୟ ବିଭାଗର ଛାତ୍ରୀ ତଥା ଛତ୍ରପୁର ବିଏସ୍‌ଏନଏଲ ଅଫିସ କଲୋନୀର ଏମ୍‌.ରମେଶଙ୍କ ଝିଅ ଏମ୍‌.ସୃଜନ ୮୧ ପ୍ରତିଶତ ରେଜଲ୍ଟ ରଖି ସେ ମଧ୍ୟ ବିଶ୍ୱ ବିଦ୍ୟାଳୟ ସ୍ତରରେ ୬ଷ୍ଠ ର‌୍ୟାଙ୍କ୍ ରଖି ସଫଳତା ହାସଲ କରିଛନ୍ତି । ଏଥିପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଅଜୟ କୁମାର ତ୍ରିପାଠୀ ଓ ବିଭାଗର ମୁଖ୍ୟ ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା ୨ ଜଣ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.